ଆରମ୍ଭ ହେଲା କାଉଣ୍ଟଡାଉନ, ଟ୍ୱିର୍ଟରରେ ସଲମାନ ଖାନଙ୍କ ବହୁ ପ୍ରତିକ୍ଷୀତ ମୁଭି ଭାରତର ଟିଜରର ଏକ ଝଲକ!

ସଲମାନ ଖାନଙ୍କର ବହୁପ୍ରତିକ୍ଷିତ ଫିଲ୍ମ ଭାରତର ଟିଜର ଜଲଦି ରିଲିଜ କରାଯିବ। ରିପୋର୍ଟସ ଅନୁଯାୟୀ ୨୬ ଜାନୁୟାରୀ ଦିନ ନିର୍ମାତା ଏହି ଟିଜରକୁ ରିଲିଜ କରିପାରନ୍ତି। ଏହି ମଲ୍ଟିଷ୍ଟାର ଫିଲ୍ମରେ ସଲମାନ ଖାନଙ୍କ ବ୍ୟତୀତ କ୍ୟାଟରିନା କେଫ, ତବ୍ବୁ, ଦିଶା ପଟାନୀ, ସୁନିଲ ଗ୍ରୋବର ନଜର ଆସିବେ। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲୀ ଅବାସ ଜାଫର। ପ୍ରଡ୍ୟୁସର ଅତୁଲ ଅଗ୍ନିହୋତ୍ରୀ ଟ୍ବିଟରରେ ଭାରତ ଫିଲ୍ମ ଟିଜରର ଗୋଟେ ଝଲକ ସେୟାର କରିଛନ୍ତି।
ଏହି ଭିଡିଓକୁ ସେୟାର କରି ଅତୁଲ ଅଗ୍ନିହୋତ୍ରୀ ଲେଖିଲେ – countdown begins ପ୍ରଥମ ଟିଜରରେ ଭାରତର ପତାକା ଉଡାଯାଉଛି। ଭିଡିଓର ବ୍ୟାକଗ୍ରାଉଣ୍ଡରେ ଢ଼ୋଲ ବଜା ଯାଉଛି। ଏହାସହିତ ଲୋକଙ୍କୁ ଶବ୍ଦ ବି ଶୁଣା ଯାଉଛି। ଟିଜରର ଗୋଟେ ଝଲକ ଦେଖା ଯାଉଥିବା ଏହି ଭିଡିଓ ଫ୍ୟାନ୍ସଙ୍କ ମଧ୍ୟରେ ଭାଇରାଲ ହେଉଛି। କୁହାଯାଉଥିଲା ଯେ ପ୍ରଥମ ଟିଜର ସଲମାନ ଖାନଙ୍କ ଜନ୍ମଦିନରେ ଏହାକୁ ରିଲିଜ କରାଯିବାର ଥିଲା। କିନ୍ତୁ ଏମିତି ହୋଇନଥିଲା।
ଡାଇରେକ୍ଟର ଅଲ୍ଲୀ ଜାଫର ଟ୍ବିଟ କରି କହିଛନ୍ତି ଯେ ଭାରତର ଟୀଜର ଖାସ ମୌକାରେ ସେୟାର କରାଯିବ। ଏହି ଫିଲ୍ମର ରିଲିଜ ତାରିଖ ମଧ୍ୟ ସ୍ପେଶାଲ ହେବ।
#Bharat #onlocationstories @BeingSalmanKhan @Bharat_TheFilm pic.twitter.com/ALIN4OCkV4
— Atul Agnihotri (@atulreellife) January 13, 2019
#Bharat #Delhi #onlocation #memories @beingsalmankhan @bharat_thefilm pic.twitter.com/934nMBnKq5
— Atul Agnihotri (@atulreellife) November 27, 2018