Below header

ଆମିର ଖାନ କରିବାକୁ ଯାଉଛନ୍ତି ଦମଦାର କମବ୍ୟାକ୍, ଏହି ବ୍ୟକ୍ତିଙ୍କ ଚରିତ୍ରରେ ଆସିପାରନ୍ତି ନଜର

ମୁମ୍ବାଇ : ନିକଟରେ ରିଲିଜ ହୋଇଥିବା ଠଗ୍ସ ଅଫ ହିନ୍ଦୁସ୍ତାନରେ ଆମିର ଖାନଙ୍କୁ ଦେଖିବାକୁ ମିଳିଥିଲା। ଅମିରଙ୍କ ଦମଦାର ଅଭିନୟ ପରେ ମଧ୍ୟ ଫିଲ୍ମଟି ବିଫଳତାର ସ୍ବାଦ ଚାଖିଥିଲା। ଏଣୁ ସେ ଏବେ ତାଙ୍କର ଆଗାମୀ ଫିଲ୍ମକୁ ନେଇ ବିଭିନ୍ନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଖବର ମୁତାବକ, ଖୁବ୍ ଶୀଘ୍ର ସେ ଗୁଲସନ କୁମାରଙ୍କ ବାୟୋପିକରେ ନଜର ଆସିପାରନ୍ତି।

ଆପଣଙ୍କୁ କହିବାକୁ ଚାହିଁବୁ ଗୁଲସନ କୁମାରଙ୍କ ଉପରେ ଆଧାରିତ ଏହି ବାୟୋପିକର ସୁଟିଂ ଆରମ୍ଭ ହୋଇସାରିଥିବା ବେଳେ ମି-ଠୁ କ୍ୟାପେନ୍ ପାଇଁ ତାହାକୁ ଅଟକା ଯାଇଥିଲା। କାରଣ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଥିବା ସୁବାଷ କପୁରଙ୍କ ଉପରେ ମି-ଠୁର ଆରୋପ ଲାଗିଥିଲା। ଯାହା ପରେ ଆମିର ଫିଲ୍ମର ସୁଟିଂ ପାଇଁ ମନା କରିଥିଲେ।

aamir khan

ତେବେ ଏବେ ମିଳିଥିବା ମିଡିଆ ରିପୋର୍ଟ ମୁତାବକ, ଏବେ ପୁଣି ଥରେ ଆମିର ଗୁଲସନଙ୍କ ବାୟୋପିକ୍ ମୋଗୁଲର ସୁଟିଂ ପାଇଁ ହଁ କହିଛନ୍ତି। କାରଣ ଭୁଷଣ କୁମାରଙ୍କ ଅନୁଯାୟୀ ଆମିର ଖାନ ହିଁ ତାଙ୍କ ପିତାଙ୍କ ଚରିତ୍ର ସଠିକ୍ ଭାବେ ଚିତ୍ରଣ କରିପାରିବେ। ଅପରପକ୍ଷରେ ଆମିର ମଧ୍ୟ ଫିଲ୍ମକୁ ନେଇ ଖୁବ ଉତ୍ସହିତ ରହିଛନ୍ତି।

ଏବେ ଫିଲ୍ମ ର୍ନିମାତା ଜଣେ ନୂଆ ନର୍ଦ୍ଦେଶକଙ୍କର ଖୋଜ କରୁଛି। ଫିଲ୍ମ ପାଇଁ ନିର୍ଦ୍ଦେଶକ ମିଳିବା ତୁରନ୍ତ ପରେ ଏହାର ସୁଟିଂ କାମ ଆରମ୍ଭ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.