Below header

ଅଭିନେତ୍ରୀ ମହାଲକ୍ଷ୍ମୀ ଓ ପ୍ରଯୋଜକ ରବିନ୍ଦର ଚନ୍ଦ୍ରଶେଖରନ୍ ବିବାହ ବନ୍ଧନରେ ବାନ୍ଧି ହେଲେ, ଭାଇରାଲ ହେଉଛି ବାହାଘର ଫଟୋ

ପ୍ରଯୋଜକ ରବିନ୍ଦର ଚନ୍ଦ୍ରଶେଖରନ୍ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ଏକ ଲୋକପ୍ରିୟ ନାମ। ସେ ନିଜର ଲିବ୍ରା ପ୍ରଡକ୍ସନ୍ସ ବ୍ୟାନରରେ ଅନେକ ବଡ଼ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ରବିନ୍ଦର ଗୁରୁବାର ଇନଷ୍ଟାଗ୍ରାମରେ ନିଜ ବିବାହର ଫଟୋଗୁଡ଼ିକୁ ସେୟାର କରିଛନ୍ତି। ସେ ଅଭିନେତ୍ରୀ ମହାଲକ୍ଷ୍ମୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଦମ୍ପତି ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଛନ୍ତି। ଏଥିରେ କେବଳ ପରିବାରର ଘନିଷ୍ଠ ସମ୍ପର୍କୀୟ ଏବଂ ବନ୍ଧୁ ସାମିଲ ହୋଇଥିଲେ। ତେବେ ଫଟୋଗୁଡ଼ିକୁ ସେୟାର କରି ରବିନ୍ଦର ଏକ ସୁନ୍ଦର ନୋଟ୍ ମଧ୍ୟ ଲେଖିଛନ୍ତି। ସେହିପରି ମହାଲକ୍ଷ୍ମୀ ମଧ୍ୟ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ବିବାହ ଫଟୋ ସେୟାର କରିଛନ୍ତି। ସେ ପୋଷ୍ଟର କ୍ୟାପସନ ଲେଖିଛନ୍ତି, ‘ମୁଁ ଭାଗ୍ୟଶାଳୀ ଯେ ଆପଣ ମୋ ଜୀବନରେ ଅଛନ୍ତି…ଆପଣ ମୋ ଜୀବନକୁ ନିଜ ପ୍ରେମରେ ଭରି ଦେଇଛନ୍ତି … ଲଭ୍ ୟୁ ଅମ୍ମୁ’।

ମହାଲକ୍ଷ୍ମୀ ଓ ରବିନ୍ଦର ଉଭୟ ପାରମ୍ପରିକ ପୋଷାକରେ ଥିଲେ। ଲାଲ୍ ଶାଢିରେ ମହାଲକ୍ଷ୍ମୀ ବହୁତ ସୁନ୍ଦର ଦେଖା ଯାଉଥିଲେ। ସେ ଭାରୀ ଅଳଙ୍କାରରେ ନିଜ ଲୁକ୍‌କୁ କମ୍ପ୍ଲିଟ୍‌ କରିଥିଲେ। ଅନେକ ଲୋକ କମେଣ୍ଟ କରି ନବ ବିବାହିତ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କହି ରଖୁଛୁ, ମହାଲକ୍ଷ୍ମୀ ପୂର୍ବରୁ ଅନିଲଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୧୯ରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। ଅନିଲଙ୍କଠାରୁ ତାଙ୍କର ଏକ ପୁଅ ମଧ୍ୟ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.