Below header

ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ସ୍ବାମୀ ଓ କୀଟନାଶକ ପିଇ ଜୀବନ ହାରିଲା ସ୍ତ୍ରୀ

ଯାଜପୁର ରୋଡ଼(କେନ୍ୟୁଜ୍): ପାରିବାରିକ କଳହରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା। ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଞ୍ଚାୟତ ଭକଣ୍ଡରୀ ଗ୍ରାମରେ ପାରିବାରିକ କଳହକୁ ନେଇ ଦମ୍ପତ୍ତି ଆତ୍ମହତ୍ୟା କରିଥିଵା ଦେଖିବାକୁ ମିଳିଛି । ଗାଁର କେଶବ ବେହେରା ଓ ତାଙ୍କ ପତ୍ନୀ ଝୁନୁଲତା ବେହେରା ଆତ୍ମହତ୍ୟା କରିଛନ୍ତି ।

କେଶବ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ପତ୍ନୀ ଝୁନୁଲତା କୀଟାନାଶକ ଖାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବର ପ‍ାଇ ପାଣିକୋଇଲି ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି। କେଉଁ ଘଟଣାକୁ କେନ୍ଦ୍ର କରି କଳହ ସୃଷ୍ଟି ହୋଇଥିଲା ତାହା ଜଣାପଡି ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.