୩ବର୍ଷ ପରେ ପୁଣି ଥରେ ପରଦାରେ! ରୋଡିଜ-୧୯ରେ ନଜର ଆସିବେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

୩ବର୍ଷ ପରେ ସେ ପୁଣି ଥରେ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ବଡ଼ ପରଦାକୁ ନହେଲେ ବି ସେ ଏବେ ଛୋଟ ପରଦାରେ ନଜର ଆସିବେ। ଏମଟିଭି ରୋଡିଜ-୧୯ରେ ସେ ଗ୍ୟାଙ୍ଗ ଲିଡର ହେବେ ରିୟା ଚକ୍ରବର୍ତ୍ତୀ।

୩ବର୍ଷ ପରେ ସେ ପୁଣି ଥରେ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ବଡ଼ ପରଦାକୁ ନହେଲେ ବି ସେ ଏବେ ଛୋଟ ପରଦାରେ ନଜର ଆସିବେ। ଏମଟିଭି ରୋଡିଜ-୧୯ରେ ସେ ଗ୍ୟାଙ୍ଗ ଲିଡର ହେବେ ରିୟା ଚକ୍ରବର୍ତ୍ତୀ। କୁହାଯାଉଛି ଯେ, ପ୍ରିନ୍ସ ନରୁଲା ଏବଂ ଗୌତମ ଗୁଲାଟିଙ୍କ ପରେ ତୃତୀୟ ଗ୍ୟାଙ୍ଗ ଲିଡରଙ୍କ ନାଁ ରିୟା ଚକ୍ରବର୍ତ୍ତୀ ବୋଲି ପ୍ରକାଶ କରାଯାଇଛି! ନିର୍ମାତାମାନେ ରିୟା ଚକ୍ରବର୍ତ୍ତୀଙ୍କ ପ୍ରମୋ ରିଲିଜ୍ କରିଛନ୍ତି।

ତେବେ ରିଲିଜ୍ ପ୍ରମୋରେ ଅଭିନେତ୍ରୀ ତୃତୀୟ ଗ୍ୟାଙ୍ଗ ଲିଡର ଥିବାର ଦେଖାଯାଇଛି। ପ୍ରମୋରେ ରିୟା କହୁଛନ୍ତି – ଆପଣଙ୍କ କ’ଣ ଭାବିଥିଲେ, ମୁଁ ଆଉ ଆସିବି ନାହିଁ। ମୁଁ ଡରିଯିବି। ଏବେ ମୁଁ ନୁହେଁ ଆଉ କିଏ ଡରିବ। ଅଡିସନରେ ଦେଖା ହେବା।

 

View this post on Instagram

 

A post shared by MTV Roadies (@mtvroadies)

ରିୟାଙ୍କ ଏହି ଭିଡିଓ ଦେଖିବା ପରେ ତାଙ୍କ ପ୍ରଶଂସକ ଖୁସି ଥିବା ବ‌େଳେ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଏହା ନାପସନ୍ଦ କରିଛନ୍ତି। ରିୟାଙ୍କୁ ଗ୍ୟାଙ୍ଗ ଲିଡର କରିଥିବାରୁ ଲୋକେ ନିର୍ମାତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ରୋଡିଜକୁ ବିବାଦୀୟ ଓ ସୋ’ର ଟିଆରପି ବଢ଼ାଇବାକୁ ରିୟାଙ୍କୁ ଗ୍ୟାଙ୍ଗ ଲିଡର କରାଯାଇଥିବା ଲୋକେ ଆଲୋଚନା କରୁଛନ୍ତି।

ସୂଚନା ଥାଉକି, ୨୦୨୦ରେ ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରାଯାଇଥିଲା। ଏହା ପରେ ବେଆଇନ ଡ୍ରଗ୍ସ କାରବାର ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଜେଲ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.