ତାମିଲନାଡ଼ୁ ସରକାରଙ୍କୁ ଝଟ୍‌କା, RSS ପଦଯାତ୍ରା ଉପରେ ରୋକ୍‌ ଲଗାଇବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଆର୍‌ଏସ୍‌ଏସ୍‌ ରୁଟ୍‌ ମାର୍ଚ ବିରୋଧରେ ତାମିଲନାଡୁ ସରକାର ଦାଖଲ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାର ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।

ଆର୍‌ଏସ୍‌ଏସ୍‌ ରୁଟ୍‌ ମାର୍ଚ ବିରୋଧରେ ତାମିଲନାଡୁ ସରକାର ଦାଖଲ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। କହି ରଖୁଛୁ ଯେ ରାଜ୍ୟ ସରକାର ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ, ଯେଉଁଥିରେ ହାଇକୋର୍ଟ ଆରଏସଏସକୁ ପଦଯାତ୍ରା କରିବାକୁ ଅନୁମତି ଦେଇଥିଲେ।

ସୂଚନାଥାଉ କି, ମାଡ୍ରାସ ହାଇକୋର୍ଟ ଫେବୃଆରୀ ୧୦ରେ ଆର୍‌ଏସ୍‌ଏସ୍‌କୁ ତାମିଲନାଡ଼ୁରେ ପୁଣିଥରେ ନିର୍ଦ୍ଧାରିତ ତାରିଖରେ ନିଜର ପଦଯାତ୍ରା କରିବାକୁ ଅନୁମତି ଦେଇଥିଲେ। କୋର୍ଟ କହିଥିଲେ ଯେ ବିରୋଧ ପ୍ରଦର୍ଶନ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଆବଶ୍ୟକ।

ଜଷ୍ଟିସ୍ ଭି ରାମସୁବ୍ରମଣ୍ୟମ୍ ଓ ଜଷ୍ଟିସ୍ ପଙ୍କଜ ମିତ୍ତଲଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଏହି ସମୟରେ ରାଜ୍ୟ ସରକାରଙ୍କ ଓକିଲ ମୁକୁଲ ରୋହତଗୀ ଯୁକ୍ତି ବାଢ଼ିଥିଲେ କି, ପଦଯାତ୍ରା କରିବା ପାଇଁ ସମ୍ପୂର୍ଣ୍ଣ ଅଧିକାର ରହିପାରିବ ନାହିଁ, ଠିକ୍‌ ଯେପରି ପଦଯାତ୍ରା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇ ପାରିବ ନାହିଁ। ଏହାପରେ ଖଣ୍ଡପୀଠ ବିଚାର ସଂରକ୍ଷିତ ରଖିଥିଲେ।

କହି ରଖୁଛୁ, ଗତ ବର୍ଷ ଅକ୍ଟୋବର ୨ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏକ ରାଲି କରିବାକୁ ଘୋଷଣା କରିଥିଲା, ଯାହାପରେ ତାମିଲନାଡୁ ସରକାର ଆରଏସଏସକୁ ରୁଟ ମାର୍ଚ ଆୟୋଜନ କରିବାକୁ ଅନୁମତି ଦେବାକୁ ମନା କରି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.