କାହିଁକି ପରିବା ବିକ୍ରି କରୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ : ଅଭିନୟ ଏପରି ଏକ ନିଶା କେତେବେଳେ ଏଠି ରାଜକୁମାରୀ ହେବାକୁ ପଡ଼ିଥାଏ ତ କେତେବେଳେ ଚାକରାଣୀ। ଏନେଇ ଏବେ ରାସ୍ତା କଡରେ ପରିବା ବିକ୍ରି କରୁଥିବା ଦେଖା ଯାଇଛନ୍ତି ଅଭିନେତ୍ରୀ ଅଦା ଶର୍ମା । ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ବହୂ ସଂଖ୍ୟାକ ଭାଇରାଲ ହୋଇଛି। ପ୍ରକୃତରେ ଫଟୋ ଗୁଡିକ ଅଦା ଶର୍ମାଙ୍କ ଏକ ହଲିଉଡ ଫିଲ୍ମର ଲୁକ୍ ଟେଷ୍ଟର । ଖୁବ ଶୀଘ୍ର ଏକ ହଲିଉଡ ଫିଲ୍ମରେ ନଜର ଆସିବେ ସେ ।

sharma

ବଲିଉଡ଼, ଟଲିଉଡ଼ ପରେ ଏବେ ହଳିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି ଅଦା ଶର୍ମା। ୨୦୦୮ରେ ଫିଲ୍ମ ୧୯୨୦ରୁ ବଲିଉଡରେ ଡେବ୍ୟୁ କରିଥିଲେ ଅଦା । ପରେ ହସି ତୋ ଫସି ଓ କମାଣ୍ଡୋ-ଟୁରେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ଅଦା। କିନ୍ତୁ ବକ୍ସଅଫିସରେ ସେତେଟା ସଫଳତା ହାସଲ କରିପାରି ନଥିଲା ତାଙ୍କ ଫିଲ୍କ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.