କଳି ଯୁଗର ଅନ୍ତରେ ଉଠିବେ ଏହି ନନ୍ଦୀ ମହାରାଜା

ଏପରି ମାନ୍ୟତା ଅଛି ଯେତେ ପର୍ୟ୍ୟନ୍ତ ଯାଏ ଶିବଙ୍କର ପ୍ରିୟ ବାହାନ ନନ୍ଦୀ ଅନୁମତି ନଦେଇଛନ୍ତି ଭୋଳାନାଥଙ୍କର ଦର୍ଶନ ମିଳିନଥାଏ । ଏହି କାରଣ ପାଇଁ ଶିବ ମନ୍ଦିର ବଡ ହେଉକି ଛୋଟ ସମସ୍ତ ଶିବ ମନ୍ଦିର ଆଗରେ ନନ୍ଦୀଙ୍କର ପ୍ରତିମା ରହିଥାନ୍ତି । ଭାରତରେ ଏମିତି ଏକ ଖାସ୍ ମନ୍ଦିର ରହିଛି ଯେଉଁ ଠାରେ ବର୍ଷକୁ ବର୍ଷ ନନ୍ଦୀଙ୍କର ପ୍ରତିମା ବଢି ଚାଲିଛି । ଯାହା ଫଳରେ ମନ୍ଦିରରୁ ଗୋଟେ ଗୋଟେ ଖୁମ୍ବକୁ କାଢିବାକୁ ପଡୁଛି ।

ବୈଜ୍ଞାନିକମାନେ ମଧ୍ୟ କରିସାରିଛନ୍ତି ସ୍ପଷ୍ଟ :

temple1

ଯେଉଁ ଲୋକମାନେ ବହୁତ ବର୍ଷରୁ ଏଠାକୁ ଦର୍ଶନ ପାଇଁ କରିବା ପାଇଁ ଆସୁଛନ୍ତି ସେମାନେ କହୁଛନ୍ତି କି’ ପ୍ରଥମେ ଏଠାରେ ପରିକ୍ରମା କରିବା ସହଜ ଥିଲା କିନ୍ତୁ ନନ୍ଦୀଙ୍କର ଆକାର ବଢିବା କାରଣରୁ ଶିବ ପାର୍ବତୀଙ୍କର ଏହି ମନ୍ଦିରରେ ଯାଗା କମ୍ ପଡିଗଲାଣି । ବୈଜ୍ଞ୍ୟାନିକଙ୍କ କହିବା କଥା ହେଉଛି, ପ୍ରତ୍ୟେକ ୨୦ବର୍ଷ ପରେ ନନ୍ଦୀଙ୍କର ଏହି ପ୍ରତିମା ୧ଇଂଚି ବଢିଥାଏ । ତାଙ୍କର ମାନିବା କଥା ହେଉଛି, ମୂର୍ତ୍ତି ଯେଉଁ ପଥରରେ ତିଆରି କରାଯାଇଛି ତାହାର ପ୍ରକୃତି ହେଉଛି ବିସ୍ତାରିତ । କୁହାଯାଏ କି ଗୋଟେ ଅଭିଶାପ ଫଳରେ ଏହି ମନ୍ଦିରକୁ କେହି ଆସୁନାହାଁନ୍ତି ।

କ‘ଣ ରହିଛି ଏହି ମନ୍ଦିରର ସ୍ଥାପନା ପଛର କାହାଣୀ :

ଏହି ଶିବ ମନ୍ଦିରର ସ୍ଥାପନା ଅଗସ୍ଥ୍ୟ ଋୁଷି କରିଥିଲେ । ସତକଥା ହେଉଛି ଏଠାରେ ଭଗବାନ ଭଙ୍କେଟୋଶ୍ବରର ମନ୍ଦିର ତିଆରି କରିବା ପାଇଁ ଚାହୁଁଥିଲେ କିନ୍ତୁ ତିଆରି ସମୟରେ ମୂର୍ତ୍ତିର ଆଙ୍ଗୁଳି ଭାଙ୍ଗି ଯାଇଥିଲା । ମୂର୍ତ୍ତି ଖଣ୍ଡିତ ହେବା କାରଣରୁ ଏହି ମନ୍ଦରଟିର ସ୍ଥାପନା ବନ୍ଦ ହୋଇଗଲା । ପୁଣି ଋୁଷି ଶିବଙ୍କର ଆରଧନା କରିଥିଲେ ଯାହା ପରେ ଭଗବାନ ପ୍ରସନ୍ନ ହୋଇ ଭୋଳାନାଥ ପ୍ରକଟ ହୋଇଥିଲେ ଏବଂ କହିଥିଲେ ଏହି ସ୍ଥାନଟି କୖଳାସ ପରି ଦେଖାଯାଉଛି ତେରୁ ଏହି ସ୍ଥାନରେ ତାଙ୍କର ମନ୍ଦର ହେବା ଉଚତ୍ ।

କାହିଁକି ମନ୍ଦିରରେ ଦେଖାଯାଇ ନଥାଏ କାଉ :

The Venkateswara Temple at a place called Yaganti.

ଏହା ମାନ୍ୟତା ଅଛି ଅଗସ୍ଥ୍ୟ ଋୁଷି ତପସ୍ୟା କରିବା ସମୟରେ ଗୋଟେ କାଉ ତାଙ୍କୁ ହଇରାଣ କରୁଥିଲେ ସେ ଏଥିରେ ରାଗିଯାଇ ତାଙ୍କୁ ଅଭିଶାପ ଦେଇଥିଲେ କି ଆଉ କେବେ ମଧ୍ୟ ସେ ଏଠାରେ ଦେଖା ନଦେବା ପାଇଁ । ସେବେଠାରୁ ଶନିଙ୍କର ବାହାନ କାଉ ଏହି ମନ୍ଦିରରେ କେବେ ହେଲେ ଆସନ୍ତି ନାହିଁ । ଏବଂ କୁହାଯାଏ କି ଏହି ସ୍ଥାନରେ ଶନିଦେବଙ୍କର ବାସ ନଥାଏ ।

ମନ୍ଦିର ପାଖରେ ଦୁଇଟି ଗୁମ୍ପା ରହିଛି :

ଆଗକୁ ପଢନ୍ତୁ : ଜାଣନ୍ତୁ ମୃତ୍ୟୁ ପରେ ଗଙ୍ଗାରେ କହିଁକି ବିସର୍ଜନ କରାଯାଏ ଅସ୍ଥି ?

ଉମା ପାର୍ବତୀଙ୍କର ଏହି ଭିନ୍ନ ମନ୍ଦିରଟି ଆନ୍ଦ୍ରାପ୍ରଦେଶର କୁରୁନୁଲ ଜିଲ୍ଲାରେ ରହିଛି । ଏମିତିରେତ, ଏହି ମନ୍ଦିରର ସ୍ଥାପନା ଅଗସ୍ଥ୍ୟ ଋୁଷି ତିଆରି କରିଥିଲେ କିନ୍ତୁ ପୁରା ପରିବେଶର ନିର୍ମାଣ ୧୫ ବିଂଶ ଶତାଦ୍ଧୀରେ କରାଯାଇଥିଲା । ମନ୍ଦିର ନିକଟରେ ଦୁଇଟି ଗୁମ୍ପା ରହିଛି ଗୋଟେ ଗୁମ୍ପାରେ ଭଗବାନ ଭଙ୍କେଟୋଶ୍ବର ସେଇ ମୂର୍ତ୍ତି ରହିଛି ଯାହା ସ୍ଥାପନା କାଳରେ ଭାଙ୍ଗି ଯାଇଥିଲା । ଏବଂ ଅନ୍ୟ ଗୁମ୍ପାରେ ଯେଉଁ ଠାରେ ଅଗସ୍ଥ୍ୟ ଋୁଷି ତପସ୍ୟା କରୁଥିଲେ ସେହି ସ୍ଥାନ ରହିଛି ।

nandi2

କଳି ଯୁଗର ଅନ୍ତରେ ଉଠିବେ ଏହି ନନ୍ଦୀ ମହାରାଜା :

ଏହିଭଳି ମାନ୍ୟତା ରହିଛି ଭଗବାନ ଶିବଙ୍କର ଏହି ନନ୍ଦୀ ଗୋଟେ ଦିନ ବଂଚି ଉଠିବେ । ଯେଉଁ ଦିନ ଏପରି ହେବ ସେହି ଦିନ ମହାପ୍ରଳୟ ଆସିବ ଏବଂ କଳିଯୁଗରର ଅନ୍ତ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.