ଭାରତୀୟ ନୌସେନାରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ : ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ନୌସେନାରେ ଚାକିରି କରିବାକୁ ଚାହୁଁଛନ୍ତି ? ତେବେ ଖୁବ୍ ଶୀଘ୍ର ପୁରା ହେବାକୁ ଯାଉଛି ଆପଣଙ୍କ ସ୍ବପ୍ନ । କାରଣ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଭାରତୀୟ ନୌସେନା । ପାଇଲଟ, ଏଟିସି, ଅବଜରଭର ବା ପର୍ୟ୍ୟବେକ୍ଷକ, ଏମଟିଏସ୍ ଏବଂ ଇଞ୍ଜିନିୟର ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ସମୁଦାୟ ୨୨ଟି ପଦ ପାଇଁ ପ୍ରାର୍ଥୀ ଚୟନ କରାଯିବ । ଆପଣ ଯଦି ଆବେଦନ କରିବାକୁ ଚାହୁଁଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ସମସ୍ତ ସୂଚନା ପଢନ୍ତୁ ।
ପଦର ବିବରଣୀ :
ଏଟିସି ପାଇଁ ୮ଟି ପଦ, ପର୍ୟ୍ୟବେକ୍ଷକ ପାଇଁ ୬ଟି, ୮ଟି ପାଇଲଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଆଶାୟୀ ପ୍ରାର୍ଥୀଙ୍କର ପେ-ସ୍କେଲ ସେମାନଙ୍କ ଗ୍ରେଡ ଆଧାରରେ ନିର୍ଣ୍ଣୟ କରାଯିବ ।
ଯୋଗ୍ୟତା :
ଇଞ୍ଜିନିୟରିଙ୍ଗ୍ ଡିଗ୍ରୀ ରଖିଥିବା କିମ୍ବା ଇଞ୍ଜିନିୟରିଂର ଫାଇନାଲ୍ ବର୍ଷରେ ଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ ।
ଏହା ସହ ପଢନ୍ତୁ : ତୁରନ୍ତ ସାରି ଦିଅନ୍ତୁ ବ୍ୟାଙ୍କ୍ ଜନିତ ଜରୁରୀ କାମ : ସେପ୍ଟେମ୍ବର ମାସରେ ପଡୁଛି ଲମ୍ବା ଛୁଟି
ବୟସ ସୀମା :
ଏହି ପଦ ପାଇଁ ୨ ଜୁଲାଇ ୧୯୯୪ ମସିହାରୁ ୨୦୦୦ ମସିହା ଭିତରେ ଜନ୍ମ ଗ୍ରହଣ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । ଏହା ସହ ଅନେକ ପଦ ପାଇଁ ଶାରୀରିକ ଯୋଗ୍ୟତା ମଧ୍ୟ ଧ୍ୟାନରେ ରଖାଯିବ । ଯେମିତି କି ପ୍ରାର୍ଥୀଙ୍କ ଉଚ୍ଚତା ।
ଆବେଦନ ଶୁଳ୍କ :
ଏହି ପଦଗୁଡିକ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ କୌଣସି ଫିସ୍ ଦେବାକୁ ପଡିବ ନାହିଁ ।
ଆବେଦନ କରିବା ତାରିଖ :
୨୫ ଅଗଷ୍ଟ ୨୦୧୮
ଆବେଦନର ଶେଷ ତାରିଖ :
୧୪ ସେପ୍ଟେମ୍ବର ୨୦୧୮
ଚୟନ ପ୍ରକ୍ରିୟା :
ପ୍ରାର୍ଥୀଙ୍କର ଚୟନ ଲିଖିତ ଏବଂ ଫିଜିକାଲ ଟେଷ୍ଟ ଆଧାରରେ କରାଯିବ ।