ଦେଶ ଏବେ କରୋନା ଭାଇରସ ସହ ଲଢ଼ୁଛି। କରୋନାରୁ ବର୍ତ୍ତିବାକୁ ସରକାର ମଧ୍ୟ ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି। ଏହି ସମୟରେ ଅଭିନେତ୍ରୀ ଶିଖା ମାଲହୋତ୍ରା ଏଭଳି କାମ କରିଛନ୍ତି, ଯାହା ଫଳରେ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। କାଞ୍ଚଲି ଲାଇଫ ଇନ ଏ ସ୍ଲୋରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଏବେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ସେ ମୁମ୍ବାଇର ଏକ ହସ୍ପିଟାଲରେ ଭଲେଣ୍ଟିୟର ଭାବେ କାମ କରୁଥିବା ଦେଖିବାକୁ ମିଳିଛି।
ଦେଖନ୍ତୁ ଫଟୋ:
ସିନେମା ଜଗତରେ ପ୍ରବେଶ କରିବା ପୂର୍ବରୁ ଶିଖା ଦିଲ୍ଲୀର ବର୍ଦ୍ଧମାନ ମହାବୀର ମେଡିକାଲ କଲେଜ ଓ ସଫଦରଜଙ୍ଗ ହସ୍ପିଟାଲରୁ ନର୍ସିଂ ଡିଗ୍ରୀ ହାସଲ କରିଥିଲେ। ଶିଖା ନିଜ ଇନଷ୍ଟାଗ୍ରାମରେ କାମ ବେଳର କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁଵ ଭାଇରାଲ ହେଉଛି।
ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ସେଥିରେ ସେ କହିଛନ୍ତି ଯେ ମୁମ୍ବାଇର ହିନ୍ଦୁ ହୃଦୟ ସମ୍ରାଟ ବାଲା ସାହେବ ଠାକରେ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ସେ ସେବା ଯୋଗାଉଛନ୍ତି। ଏଥିସହ ସେ ଲୋକଙ୍କୁ ଘରେ ରହିବାକୁ ମଧ୍ୟ ଅନୁରୋଧ କରିଥିବା ଦେଖାଯାଇଛି।