Below header

“ବିଶ୍ୱାସ ହେଉନି ଯେ ମୋତେ କରୋନା ହୋଇଯାଇଛି” ସୋସିଆଲ ମିଡିଆରେ ନିଜର ଯନ୍ତ୍ରଣା ଜଣାଇଲେ ଡିଜେ ଡ୍ୟାନି ଶର୍ମା

ଲୋକଙ୍କ ଜୀବନରେ ଖୁସି ଭରି ଦେଉଥିବା ବ୍ରିଟେନର ୩୮ ବର୍ଷୀୟ ଡ୍ୟାନି ଶର୍ମା ଡିସ୍କ ଜ୍ୟାକି ଯିଏକି ଅନ୍ୟକୁ ଖୁସିରେ ଦେଖି ନିଜେ ଖୁସି ହୁଅନ୍ତି । ବର୍ତ୍ତମାନ୍ ତାଙ୍କୁ କରୋନାର ନଜର ଲାଗିଯାଇଛି । ତେବେ ଶେଷ ସମୟ ପର୍ଯ୍ୟନ୍ତ ସେ ନିଜର ଦୁଃଖକୁ ଫେସବୁକ ଜରିଆରେ ସେୟାର କରିଛନ୍ତି ଏବଂ ନିଜର ଏହି ବାର୍ତ୍ତା ମାଧ୍ୟମରେ ସାରା ଦୁନିଆର ଲୋକଙ୍କୁ ସଚେତନ କରାଇବା ପାଇଁ ଚେଷ୍ଟା କରିଛନ୍ତି ।

ଡ୍ୟାନି କହିଛନ୍ତି “ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସତର୍କ ରୁହନ୍ତୁ ଏବଂ ନିଜ ପରିବାର ସହିତ ଖୁସିରେ ରୁହନ୍ତୁ । ଗତ କିଛିବର୍ଷ ଧରି ମୁଁ ମଧୁମେହ ରୋଗରେ ପୀଡିତ ଥିଲି । ମୁଁ କରୋନାକୁ ନେଇ ବହୁତ୍ ସତର୍କ ଥିଲି ଏବଂ ଟିକିଏ ଲକ୍ଷଣ ଦେଖାଯିବା ମାତ୍ରେ ମୁଁ ନିଜର ଯାଞ୍ଚ କରାଇଥିଲି । ତେବେ ଶେଷରେ ସେଇଆ ହେଇଥିଲା ଯାହାର ଡର ଥିଲା । ରିପୋର୍ଟରେ କରୋନା ପଜେଟିଭ ବାହାରିଥିଲା । ଏହା ଜାଣିବା ପରେ ମୋ ପାଦତଳୁ ମାଟି ଖସିଯାଇଥିଲା । ବିଶ୍ବାସ ହେଉନଥିଲା ଯେ ମୋତେ ସତରେ କରୋନା ହୋଇଯାଇଛି ।

ସୂଚନା ଅନୁଯାୟୀ ଡ୍ୟାନିଙ୍କୁ ବର୍ତ୍ତମାନ୍ ବ୍ରିଟେନର ହିଲିଗଣ୍ଡନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁଦିନ ଖରାପ ହେବାରେ ଲାଗିଛି । ମାର୍ଚ୍ଚ ୨୩ ତାରିଖରେ ତାଙ୍କୁ ପ୍ରଥମେ ହୈମରାସ୍ମିଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଖରାପ ହେବାରୁ ତାଙ୍କୁ ଆଉଗୋଟିଏ ହସପିଟାଲକୁ ପଠାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.