ଭାଇରାଲ୍ ହେଉଛି ଶ୍ରଦ୍ଧାଙ୍କ ପର୍ସନାଲ୍ ହ୍ବାଟସଆପ୍ ଚାଟ୍, ମିଡିଆରେ ସୃଷ୍ଟି କରିଛି ହଇଚଇ

ବଲିଉଡ ସେଲିବ୍ରେଟମାନଙ୍କ ବ୍ୟକ୍ତିଗତ ଜୀବନରେ କ’ଣ ଘଟୁଛି ପ୍ରଶଂସକମାନେ ଜାଣିବାକୁ ସବୁବେଳେ ଆଗ୍ରହୀ ଥାନ୍ତି । ନିକଟରେ ବି-ଟାଉନର ଜଣେ ସୁନ୍ଦର ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ସ୍ପଟ କରାଯାଇଥିଲା । ବଲିଉଡ୍ ର ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଶ୍ରଦ୍ଧା କପୁର ହେଉଛନ୍ତି ଜଣେ । ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଥିବା ବେଳେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି । ଶ୍ରଦ୍ଧା ନିକଟରେ ଏପରି କିଛି କରିଛନ୍ତି ଯାହା ଅଭିନେତ୍ରୀ ନିଜେ ମଧ୍ୟ ପସନ୍ଦ କରିନାହାନ୍ତି। ନିକଟରେ ଶ୍ରଦ୍ଧାଙ୍କର ଦୁଇଟି ଫଟୋ ଭାଇରାଲ୍ ହେଉଛି ଯାହାକୁ ନେଇ ଏବେ ସେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି । ଏହି ଫଟୋ ଦୁଇଟି ଫିଲ୍ମ ସେଟ୍ ର ବୋଲି ଜଣାପଡ଼ିଛି ।

ଏହି ଫଟୋରେ ଶ୍ରଦ୍ଧା ନୀଳ ରଙ୍ଗର ଡ୍ରେସ୍ ରେ ନଜର ଆସିଛନ୍ତି । ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଆଉ ଏହି ସମୟରେ ସେ କୌଣସି ଏକ ବ୍ୟକ୍ତିଙ୍କ ସହ ଚାଟ୍ କରୁଛନ୍ତି । ଏହି ସମୟରେ ସେ ଭୁଲି ଯାଇଛନ୍ତି ସେ ତାଙ୍କ ଚାରିପଟେ କ୍ୟାମେରାମ୍ୟାନ୍ ମାନେ ରହିଛନ୍ତି ଏବଂ ତାଙ୍କ ଫଟୋ କ୍ଲିକ୍ କରୁଛନ୍ତି । ଏବେ ଏହି ଫଟୋରେ ତାଙ୍କ ଚାଟ୍ ର ଫଟୋ ଭାଇରାଲ୍ ହେଉଛି । ତେବେ ଚାଟ୍ କୁ ଦେଖିଲେ ଯାହା ଲାଗୁଛି ସେ ନିଜର ସ୍ପେଶାଲ୍ ପର୍ସନ୍ ଙ୍କ ସହ କଥା ହେଉଛନ୍ତି । କାରଣ ସେଥିରେ କାହାର ନାମ ଲେଖାଯାଇନାହିଁ । ନାମ ସ୍ଥାନରେ କେବଳ ହାର୍ଟ ଇମୋଜୀ ରହିଛି ।

message

ତାଙ୍କ ଚାଟ୍ ସ୍ପଷ୍ଟ ଦେଖାଯାଉଛି । ଏଥିରେ ପ୍ରଥମେ ଶ୍ରଦ୍ଧା ଲେଖିଛନ୍ତି, “ମୁଁ ମୋ ଲାଇଫ୍ ରେ ତୁମ ପରି ଜଣେ ବ୍ୟକ୍ତିଙ୍କ ସହ ଭେଟିନି” । ଆଉ ଏହାର ରିପ୍ଲାଏ ରେ ଉକ୍ତ ବ୍ୟକ୍ତି ଜଣକ ଲେଖିଛନ୍ତି, “ତୁମେ ମୋ ବିଷୟରେ ଏମିତି ଭାବୁଛ ଦେଖି ଖୁସି ଲାଗିଲା” । ଏହାପରେ ଶ୍ରଦ୍ଧାଙ୍କ ମେସେଜ୍ ରହିଛି । ସେ ଲେଖିଛନ୍ତି ଯେ, “ତୁମେ ସବୁବେଳେ ମୋତେ ଗ୍ରେଟ୍ ଅନୁଭବ କରାଅ” । ଆଉ ଏଥିରେ ହାର୍ଟ ଇମୋଜୀ ରିପ୍ଲାଏ ଆସୁଛି । ପୁଣି ଶ୍ରଦ୍ଧା ଲେଖିଛନ୍ତି, ମୋ ସବୁ ଇଚ୍ଛା ପୂରଣ କରୁଥିବାରୁ ଧନ୍ୟବାଦ୍ ।

ସୂଚନାଯୋଗ୍ୟ, ଶ୍ରଦ୍ଧା କପୁର ଫେଟୋଗ୍ରାଫର୍ ରୋହନ୍ ଶ୍ରେଷ୍ଠଙ୍କ ସହିତ ରିଲେସନସିପ୍ ରେ ଅଛନ୍ତି । ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଛି । କିନ୍ତୁ ଶ୍ରଦ୍ଧା କାହା ସହ କଥା ହେଉଥିଲେ ତାହା ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.