ଭକ୍ତଙ୍କ ପାଇଁ ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର, ଆସନ୍ତା ୪ତାରିଖରେ ବୈଠକ ପରେ ଘୋଷଣା କରିବ ମନ୍ଦିର ପ୍ରଶାସନ

ପୁରୀ (କେନ୍ଯୁଜ):  ଭକ୍ତଙ୍କ ପାଇଁ ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର । ଆସନ୍ତା ୪ତାରିଖରେ ବୈଠକ ପରେ ମନ୍ଦିର ଖୋଲିବା ନେଇ ଆନୁଷ୍ଠନିକ ଭାବେ ଘୋଷଣା କରିବ ମନ୍ଦିର ପ୍ରଶାସନ । ଜିଲ୍ଲା ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିକାରୀ ଓ ବରିଷ୍ଠ ସେବାୟତଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ । ତେବେ ଦର୍ଶନାର୍ଥୀଙ୍କ ପାଇଁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ ।

ରାଜ୍ୟ ବାହାରର ଲୋକଙ୍କ ପାଇଁ ଦୁଇଟି କରୋନା ଟିକା ବା କରୋନା ସଂକ୍ରମିତ ହୋଇନଥିବା ଡାକ୍ତରୀ ଚିଠା ତନଖି ବ୍ୟବସ୍ଥା ଲାଗୁ କରାଯିବ । ସିଂହଦ୍ୱାର ଦେଇ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିବେ ଓଅନ୍ୟ ୩ଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ତେବେ ଆନନ୍ଦବଜାରରେ ବସି ମହାପ୍ରସାଦ ଖାଇ ହେବ କି ନାହିଁ, ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ସେପଟେ କରୋନା ପାଇଁ ମନ୍ଦିର ପ୍ରଶାସନର ହୁଣ୍ଡି ଆୟ ପ୍ରାୟ ୮୫ ପ୍ରତିଶତ ହ୍ରାସ ପାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.