ରାଜନୀତିକୁ ‘ବାଏବାଏ’ କହିଲେ ବିଜେପି ନେତା ବାବୁଲ ସୁପ୍ରିୟୋ, ଫେସବୁକ ପୋଷ୍ଟ ମାଧ୍ୟମରେ କଲେ ଘୋଷଣା

ନୂଆଦିଲ୍ଲୀ: ରାଜନୀତି ଛାଡ଼ିଲେ ବାବୁଲ ସୁପ୍ରିୟୋ । ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ବିଜେପିର ଆସାନସୋଲ୍‌ ସାଂସଦ ତଥା ବଲିଉଡ୍‌ ସିଙ୍ଗର ବାବୁଲ ସୁପ୍ରିୟୋ ରାଜନୀତିକୁ ବାଏବାଏ କରିଛନ୍ତି । ଏ ନେଇ ଫେସବୁକ୍‌ ପୋଷ୍ଟରେ ସେ ସୂଚନା ଦେଇଛନ୍ତି । ଫେସବୁକ୍‌ରେ ସେ ଲେଖିଛନ୍ତି “ମୁ କୌଣସି ରାଜନୈତିକ ଦଳକୁ ଯାଉନି । TMC, କଂଗ୍ରେସ କିମ୍ବା କୌଣସି ଦଳ ସହିତ ମୁଁ ଯୋଗାଯୋଗରେ ନାହିଁ, କି ମତେ କେହି ନିମନ୍ତ୍ରଣ କରିନାହାନ୍ତି । ତେଣୁ କୌଣସି ରାଜନୈତିକ ଦଳରେ ମୁଁ ଯୋଗ ଦେଉନାହିଁ । ସାମାଜିକ କାର୍ଯ୍ୟ ପାଇଁ ରାଜନୀତିରେ ରହିବାର କୌଣସି ଆବଶ୍ୟକତା ମଧ୍ୟ ନଥିବା ସେ ତାଙ୍କ ପୋଷ୍ଟରେ କହିଥିବା ଦେଖିବାକୁ ମିଳିଛି । ଆହୁରି ମଧ୍ୟ ପୋଷ୍ଟରେ କହିଛନ୍ତି, ସାଂସଦ କୋଟାରେ ମିଳିଥିବା ସରକାରୀ ଘର ମଧ୍ୟ ଗୋଟିଏ ମାସ ମଧ୍ୟରେ ଛାଡିବା ସହ ସେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ । ଗୋଟିଏ ଟିମ୍‌ର ଖେଳାଳି ବୋଲି କହିଛନ୍ତି। ତେବେ କାହିଁକି ରାଜନୀତି ଛାଡ଼ିବେ ସେ ନେଇ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ତାଙ୍କୁ ହଟାଯିବା ପରେ ଏଥିରେ ଅସନ୍ତୋଷ ପ୍ରକଟ କରି ସେ ରାଜୀନୀତି ଛାଡିଥିବା କୁହାଯାଉଛି। କିନ୍ତୁ ସେ ରାଜନୀତି ଛାଡିବା ସହ ମନ୍ତ୍ରିମଣ୍ଡଳର କୌଣସି ସମ୍ପୃକ୍ତି ନଥିବା ବାବୁଲ ସୁପ୍ରିୟୋ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସୂଚନା ଯୋଗ୍ୟ , ୨୦୧୪ରେ ବିଜେପିରେ ଯୋଗ ଦେଇଥିଲେ ବାବୁଲ ସୁପ୍ରିୟୋ । ବିଜେପିର ବିଜୟ ସହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ମିଳିଥିଲା । ମୋଦିଙ୍କ ଦ୍ୱିତୀୟ ପାଳିରେ ବି ମନ୍ତ୍ରୀ ହୋଇଥିଲେ ବାବୁଲ ସୁପ୍ରିୟୋ । ଏହା ସହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବେଶ ଓ ଜଙ୍ଗଲ ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଥିଲେ । କିଛି ଦିନ ତଳେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଥିଲେ ମୋଦି । ସେତେବେଳେ ବାଦ ପଡ଼ିଥିଲେ ବାବୁଲ ସୁପ୍ରିୟୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.