ମୁଣ୍ଡ ନୁଆଁଇଲେ ‘ଆଦିପୁରୁଷ’ ର ନିର୍ମାତା ଓ ନିର୍ଦ୍ଦେଶକ, ଫିଲ୍ମ ରିଲିଜ ପରେ ବଦଳିବ ଡାଏଲଗ୍

ବଦଳିବ ଆଦିପୁରୁଷ ଫିଲ୍ମର ଡାଏଲଗ୍ । ସମାଲୋଚନା ହେବା ପରେ ମୁଣ୍ଡ ନୁଆଁଇଲେ ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ। କିଛି ବିବାଦୀୟ ଡାଏଲଗ ଓ ନିମ୍ନ ମାନର ଭିଏଫଏକ୍ସ ପାଇଁ ଦର୍ଶକ ଓ ସିନେପ୍ରେମୀ ଆଦିପୁରୁଷକୁ ତୀବ୍ର ସମାଲୋଚନା କରିଛନ୍ତି।

ବଦଳିବ ଆଦିପୁରୁଷ ଫିଲ୍ମର ଡାଏଲଗ୍ । ଫିଲ୍ମ ରିଲିଜ ହେବାର ଦିନକ ପରେ ପ୍ରବଳ ସମାଲୋଚନା ହେବା ପରେ ମୁଣ୍ଡ ନୁଆଁଇଲେ ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ। କିଛି ବିବାଦୀୟ ଡାଏଲଗ ଓ ନିମ୍ନ ମାନର ଭିଏଫଏକ୍ସ ପାଇଁ ଦର୍ଶକ ଓ ସିନେପ୍ରେମୀ ଆଦିପୁରୁଷକୁ ତୀବ୍ର ସମାଲୋଚନା କରିଛନ୍ତି। ଡାଏଲଗକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଏହାର କିଛି ଡାଏଲଗକୁ ପରିବର୍ତ୍ତନ କରାଯିବ ବୋଲି ସିନେମାର ସଂଳାପ ଲେଖକ ମନୋଜ ମୁଣ୍ଟାସିର ଟ୍ଵିଟ ଯୋଗେ ସୂଚନା ଦେଇଛନ୍ତି।

ତେବେ ଡାଏଲଗକୁ ନେଇ ନିଜ ସପକ୍ଷରେ ଯୁକ୍ତି ବାଢିଛନ୍ତି। ଯୁବ ଦର୍ଶକଙ୍କୁ ଦୃଷ୍ଟିରେ ରଖି ଏଭଳି ସଂଳାପ ଲେଖାଯାଇଥିବା କହିଛନ୍ତି। ଏକ ଲମ୍ବା ଟ୍ଵିଟ କରି ଆଦିପୁରୁଷର ଡାଏଲଗ ବଦଳିବ ବୋଲି ଉଲ୍ଲେଖ କରିଛନ୍ତି ।
ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭୀନିତ ଆଦିପୁରୁଷ ଶୁକ୍ରବାର ରିଲିଜ ହୋଇଛି । ଫିଲ୍ମରେ ଡାଏଲଗ୍, ଭିଜିଆଲ ଇଫେକ୍ଟସ୍ ଏବଂ ଓଭରାଲ ସ୍କ୍ରନ୍ ପ୍ଲେ ପାଇଁ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଯାହା ପରେ ଫିଲ୍ମର ଡାଇଲଗ୍ ବଦଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ନିର୍ମାତା ଏବଂ ନିର୍ଦ୍ଦେଶକ ।

‘ହିନ୍ଦୁ ସେନା’ ନାମକ ଏକ ସଂସ୍ଥା ଫିଲ୍ମ ଆଦିପୁରୁଷ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଏଲ ଦାଖଲ କରି ଏହି ଫିଲ୍ମ ପ୍ରଭୁ ରାମ, ରାମାୟଣ ଏବଂ ସଂସ୍କୃତିକୁ ପରିହାସ କରୁଥିବା ଦାବି କରିଛି । ୫୦୦ କୋଟି ଟଙ୍କା ବଜେଟରେ ଏହି ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟଲମ ଏବଂ କନ୍ନଡରେ ମୁକ୍ତିଲାଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.