Below header

ଏନଡିଆରଏଫ ଯବାନଙ୍କୁ କାମୁଡିଲା ପାଗଳ ମାଙ୍କଡ଼, ୫ ଆହତ

ଏନଡିଆରଏଫ ଯବାନଙ୍କୁ କାମୁଡିଲା ପାଗଳ ମାଙ୍କଡ଼। ପାଗଳ ମାଙ୍କଡ଼କାମୁଡ଼ାରେ ୫ ଏନଡିଆରଏଫ ଯବାନ ଆହତ। କଟକ ମୁଣ୍ଡଳୀସ୍ଥିତ ଏନଡିଆରଏଫର ଥାର୍ଡ ବାଟାଲିୟନ ପରିସରରେ ଦୁଇଦିନ ଧରି ପାଗଳ ମାଙ୍କଡ଼ ଘୁରିବୁଲୁଥିଲା। ଆଜି ପାଞ୍ଚ ଜଣ ଯବାନଙ୍କୁ କାମୁଡି ରକ୍ତାକ୍ତ କରିଛି।

କଟକ (କେନ୍ୟୁଜ) : ଏନଡିଆରଏଫ ଯବାନଙ୍କୁ କାମୁଡିଲା ପାଗଳ ମାଙ୍କଡ଼। ପାଗଳ ମାଙ୍କଡ଼କାମୁଡ଼ାରେ ୫ ଏନଡିଆରଏଫ ଯବାନ ଆହତ। କଟକ ମୁଣ୍ଡଳୀସ୍ଥିତ ଏନଡିଆରଏଫର ଥାର୍ଡ ବାଟାଲିୟନ ପରିସରରେ ଦୁଇଦିନ ଧରି ପାଗଳ ମାଙ୍କଡ଼ ଘୁରିବୁଲୁଥିଲା। ଆଜି ପାଞ୍ଚ ଜଣ ଯବାନଙ୍କୁ କାମୁଡି ରକ୍ତାକ୍ତ କରିଛି। ପାଗଳ ମାଙ୍କଡ଼ର ଆତଙ୍କ ପରେ ଏନଡିଆରଏଫ କର୍ତ୍ତୃପକ୍ଷ ଡମପଡା ଚନ୍ଦକା ବନବିଭାଗକୁ ଖବର ଦେଇଥିଲେ।

ବନବିଭାଗ କର୍ମଚାରୀ ମାଙ୍କଡ଼କୁ ଧରିବା ପାଇଁ ଜନ୍ତା ବସାଇଛନ୍ତି। ଆବଶ୍ୟକ ପଡ଼ିଲେ ଟ୍ରାଙ୍କୁଲାଇଜ କରି ପାଗଳ ମାଙ୍କଡ଼କୁ କାବୁ କରାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ଆହତ ଯବାନ ମାନଙ୍କୁ ଚିକିତ୍ସା ପାଇଁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.