Below header

ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଆଉ ଜଣେ ଆହତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି

ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ରବିବାର ଦିନ ପୁଣି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପାଟୁ ନସ୍କାର। ତାଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳରେ।

କଟକ (କେନ୍ୟୁଜ) : ବାହାନଗା ରେଳ ଦୁର୍ଘଟଣାରେ ଆଉ ଜଣେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୨କୁ ପହଞ୍ଚିଛି । କଟକ ଏସସିବି ମେଡ଼ିକାଲରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପଶ୍ଚିମବଙ୍ଗର ପାଟୁ ନସ୍କାର । କରମଣ୍ଡଳ ରେଳ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୨୬ ବର୍ଷୀୟ ପାଟୁ ନସ୍କାରଙ୍କର ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଥିଲେ।

ଆଜି ସକାଳେ ମଲଟି ଅରଗାନ ଫେଲର ଯୋଗ ତାଙ୍କର ମୃତ୍ୟୁ ହୋଇଥିବା ଏସସିବି ଅଧିକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ବର୍ତ୍ତମାନ ମୋଟ ୪୫ ଜଣ ଆହତ ଏସସିବିରେ ଚିକିତ୍ସିତ ହେଉଛନ୍ତି। ୧୨ ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.