ଫିଲ୍ମ ‘ସିଂଘମ ଏଗେନ’ରୁ ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ଫାଷ୍ଟ ଲୁକ୍

ଅଜୟ ଦେବଗନଙ୍କ ଫିଲ୍ମ 'ସିଂଘମ୍ ଏଗେନ'କୁ ନେଇ ଫ୍ୟାନ୍ସ ମାନେ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଏହି ଫିଲ୍ମରୁ ଅଜୟ ଦେବଗନଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି ।

ଅଜୟ ଦେବଗନଙ୍କ ଫିଲ୍ମ ‘ସିଂଘମ୍ ଏଗେନ’କୁ ନେଇ ଫ୍ୟାନ୍ସ ମାନେ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରୁ ଅନେକ ସେଲିବ୍ରେଟିଙ୍କ ଲୁକ୍ ପୂର୍ବରୁ ଆସିଯାଇଛି ଏବଂ ବର୍ତ୍ତମାନ ଫିଲ୍ମରୁ ଅଜୟ ଦେବଗନଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଅଜୟ ଦେବଗନଙ୍କ ଫାଷ୍ଟ ଲୁକକୁ ଫ୍ୟାନ୍ସମାନେ ଅନେକ ଦିନରୁ ଅପେକ୍ଷା କରିଥିଲେ ।

ଏବେ ଏହି ଅପେକ୍ଷାର ଅନ୍ତ ହୋଇଛି ଏବଂ ରୋହିତ ଶେଟ୍ଟୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅଜୟ ଦେବଗନଙ୍କ ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ଅଜୟ ଦେବଗନଙ୍କ ଲୁକ୍ ସେୟାର କରିବା ବେଳେ ରୋହିତ ଶେଟ୍ଟୀ କ୍ୟାପ୍ସନରେ ଲେଖିଛନ୍ତି – “ଗୋଟିଏ ସିଂହ ଆତଙ୍କ ସୃଷ୍ଟି କରେ କିନ୍ତୁ ଏକ ଆହତ ସିଂହ ବିନାଶ ସୃଷ୍ଟି କରେ । ସମସ୍ତଙ୍କର ପ୍ରିୟ ପୋଲିସ୍, ବାଜିରାଓ ସିଂଘମ୍ ଫେରି ଆସିଛନ୍ତି । ସିଂଘମ୍ ଏଗେନ” ।

 

View this post on Instagram

 

A post shared by Rohit Shetty (@itsrohitshetty)

‘ସିଂଘମ ଏଗେନ’ରୁ ଅଜୟ ଦେବଗନଙ୍କ ଫାଷ୍ଟ ଲୁକ୍ ଦେଖିବା ପରେ ଫ୍ୟାନ୍ସମାନେ ଖୁବ ଏକ୍ସସାଇଟେଡ଼ ଅଛନ୍ତି । ରୋହିତ ଶେଟ୍ଟୀଙ୍କ ପୋଷ୍ଟରେ ଫ୍ୟାନ୍ସମାନେ କମେଣ୍ଟର ବର୍ଷା କରୁଛନ୍ତି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି- ସୁପର ସାର୍, ଅନ୍ୟ ଜଣେ ୟୁଜର ଲେଖିଛନ୍ତି – ଆଉ ଅପେକ୍ଷା କରିହେବ ନାହିଁ ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଶେଟ୍ଟୀ । ସିଂଘମ୍ ଫ୍ରାଞ୍ଚାଇଜର ଏହା ହେଉଛି ତୃତୀୟ ଫିଲ୍ମ । ଏହି ଫିଲ୍ମରେ ଅଜୟ ଦେବଗନ ବାଜିରାଓ ସିଂଘମ୍ ଭୂମିକାରେ ନଜର ଆସିବେ । ଅଜୟଙ୍କ ଏହି ଚରିତ୍ରକୁ ଫ୍ୟାନ୍ସ ସବୁବେଳେ ପସନ୍ଦ କରିଥାନ୍ତି । ଅଜୟ ଦେବଗନଙ୍କ ବ୍ୟତୀତ ଏହି ଫିଲ୍ମରେ କରୀନା କପୁର ଫିମେଲ ଲିଡରେ ନଜର ଆସିବେ ।

ଅଜୟ ନିକଟରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କରୀନାଙ୍କ ଲୁକ୍ ସେୟାର କରିଥିଲେ । ଫଟୋରେ କରୀନା ତାଙ୍କ ହାତରେ ବନ୍ଧୁକ ଦେଖାଇଥିବାର ନଜର ଆସିଛନ୍ତି ଏବଂ ତାଙ୍କ ମୁହଁରେ ଆଘାତର ଚିହ୍ନ ରହିଛି । କରୀନାଙ୍କ ବ୍ୟତୀତ ଦୀପିକା ପାଦୁକୋନ ଏବଂ ଟାଇଗର ଶ୍ରଫ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ ।

‘ସିଂଘମ୍ ଏଗେନ’ର ରିଲିଜ୍ ଡେଟ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ୧୫ ଅଗଷ୍ଟ ୨୦୨୪ ରେ ଫିଲ୍ମହଲ ରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମଟି ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ସହିତ କମ୍ପିଟିସନ କରିବ । ଉଭୟ ଫିଲ୍ମ ପରସ୍ପର ଉପରେ ଭାରୀ ହେବାକୁ ଯାଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.