Below header

ଅକ୍ଷୟଙ୍କ ମହାନତା, ବନ୍ୟା ପ୍ରପୀଡିତ ୨୫ଟି ପରିବାରକୁ ଦେବେ ଏକ କୋଟି ଟଙ୍କା

ପୁଣି ନିଜ ମହାନତାରେ ପରିଚୟ ଦେଇଛନ୍ତି ବଲିଉଡର ଖିଲାଡି ଷ୍ଟାର। ଅଭିନେତା ଅକ୍ଷୟ କୁମାର କେବଳ ଫିଲ୍ମ ନୁହେଁ ବରଂ ରିଅଲ ଲାଇଫରେ ମଧ୍ୟ ଅସଲି ହିରୋ। ଯେତେବେଳେ ଲୋକଙ୍କୁ ତାଙ୍କର ସାହାଯ୍ୟ ଦରକାର ପଡେ, ସେ ଅନ୍ୟ ସମସ୍ତଙ୍କ ଠାରୁ ଆଗରୁ ରହିଥାନ୍ତି। ସବୁ ବେଳେ ଦେଶରେ ପ୍ରାକୃତିକ ବିପର୍ଯ୍ୟୟରେ ପୀଡତ ଲୋକମାନଙ୍କୁ ସାହାଯ୍ୟ କରିବାକୁ ପଛାନ୍ତି ନାହିଁ। ନିକଟରେ ଅକ୍ଷୟ ବିହାର ବନ୍ୟା ପ୍ରପୀଡିତଙ୍କ ପାଇଁ ଏକ କୋଟି ଟଙ୍କା ଦାନ କରିବା ପାଇଁ ଘୋଷଣା କରିଛନ୍ତି।

houseful 4

ସୂଚନାଯୋଗ୍ୟ, ବିହାରରେ ଆସିଥିବା ବନ୍ୟାରେ ଲକ୍ଷଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଲୋକମାନେ ନାହିଁ ନଥିବା ହଇରାଣର ସାମ୍ନା କରୁଛନ୍ତି। ଏମିତିରେ ଯେଉଁ ପରିବାର ସବୁକିଛି ହରାଇଛନ୍ତି ସେମାନଙ୍କୁ ତାଲିକାଭୁକ୍ତ କରାଯାଇଛି। ଯେଉଁମାନେ ସର୍ବାଧିକ ପ୍ରଭାବିତ ହୋଇଥିବା ୨୫ଟି ପରିବାରକୁ ଛଟ୍‌ ପୂଜା ଅବସରରେ ଅକ୍ଷୟ କୁମାର ୪ ଲକ୍ଷ ଲେଖାଏଁ ପ୍ରଦାନ କରିବେ।

ଏହାସହ ପଢ଼ନ୍ତୁ ; ଅଲଗା ଧର୍ମରେ ବିବାହ କରିବା ଯୋଗୁଁ ଇଣ୍ଡଷ୍ଟ୍ରୀ ଛାଡିଦେଇଥିଲେ ଏହି ଅଭିନେତ୍ରୀ, ଏବେ ପୁଣି ଫେରିଛନ୍ତି ପରଦାକୁ

ନିକଟରେ ଅକ୍ଷୟଙ୍କ ଫିଲ୍ମ ହାଉସଫୁଲ ୪ ରିଲିଜ ହୋଇଛି। ମଲ୍ଟିଷ୍ଟାର ଏହି ଫିଲ୍ମ ୪ ଦିନରେ ମାତ୍ର ୨୦ କୋଟି ଟଙ୍କା ଆୟ କରିଛି। ଏଥିରେ ଅକ୍ଷୟଙ୍କ ସହିତ ରିତେଶ ଦେଶମୁଖ, ବବି ଦେଓ୍ଵଲ, କ୍ରିତି ସାନନ, ପୂଜା ହେଗେଡ, କ୍ରିତି ଖରବନ୍ଦା, ଚଙ୍କି ପାଣ୍ଡେ, ଜନି ଲିଭର ପ୍ରମୁଖ ଭୂମିକାରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.