ଘରୋଇ ଉପାୟ ଆପଣାନ୍ତୁ, ‘ବ୍ଲଡ଼ ପ୍ରେସର’ କୁ ନିଜ ଠାରୁ ଦୁରେଇ ରଖନ୍ତୁ

ବର୍ତ୍ତମାନ ସମୟରେ ଉଚ୍ଚ ରକ୍ତ ଚାପ ଏକ ସାଧାରଣ ସମସ୍ୟା ହୋଇଗଲାଣି । ବଦଳୁଥିବା ଜୀବନ ଶୈଳୀ ଯୋଗୁଁ କେବେବି ବିପିର ମାତ୍ରା ବଢିପାରେ । ବିପିକୁ କଣ୍ଟ୍ରୋଲ କରିବା ପାଇଁ ଲୋକେ ଔଷଧ ଖାଇଥାନ୍ତି । କିନ୍ତୁ ପ୍ରତିଦିନ ବିପି ମେଡ଼ିସିନ ଖାଇବା ଦ୍ୱାରା ଶରୀର ଉପରେ କେତେ ଗୁଡିଏ କୁପ୍ରଭାବ ମଧ୍ୟ ପଡିଥାଏ । ତେଣୁ କରି ଉଚ୍ଚ ରକ୍ତ ଚାପକୁ କଣ୍ଟ୍ରୋଲ କରିବା ପାଇଁ ଯେତେ ଦୂର ସମ୍ଭବ ଘରୋଇ ଉପାୟ ଅବଲମ୍ବନ କରିବା ଉଚିତ । ଏହି ଉପାୟ ଗୁଡିକ ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିବା ସହ ଅନ୍ୟ କେତେ ଗୁଡିଏ ଗମ୍ଭୀର ରୋଗରୁ ମଧ୍ୟ ରକ୍ଷା କରିପାରିବ ।

garlic

ରସୁଣ:

ଆମ ମାନଙ୍କ ରୋଷେଇ ଘରେ ପ୍ରାୟ ସବୁ ସମୟରେ ରସୁଣ ନିଶ୍ଚିତ ଭାବରେ ଥାଏ । ନିୟମିତ କଞ୍ଚା ରସୁଣ ସେବନ କରିବା ଦ୍ୱାରା ଶରୀରର ବ୍ଲଡ଼ ପ୍ରେସର କଣ୍ଟ୍ରୋଲ ହୋଇଥାଏ । ଏହା ବାଦ ରସୁଣ ସେବନ ଦ୍ୱାରା ଶରୀରର ଇମ୍ୟୁନିଟି ବଢିବା ସହ କେଶ ଓ ତ୍ୱଚାର ମଧ୍ୟ ସୁରକ୍ଷା ହୋଇଥାଏ । କିନ୍ତୁ ମନେ ରଖିବେ ରସୁଣକୁ କେବେ ବି ରୋଷେଇ କରି ଖାଇବେ ନାହିଁ । ଏହା ଦ୍ୱାରା ରସୁଣରେ ଥିବା ପୋଷକତତ୍ତ୍ୱ ହ୍ରାସ ପାଇଥାଏ । ଏଣୁ ରସୁଣକୁ କଞ୍ଚା ଭାବେ ପାଣି ସହ ହିଁ ଖାଇବା ଉଚିତ ।

black pepper

ଗୋଲ ମରିଚ:

ଯଦି ଆପଣଙ୍କ ଶରୀରର ବ୍ଲଡ଼ ପ୍ରେସର ହଟାତ ବଢିଯାଉଛି ତେବେ କିଛି ଗୋଲ ମରିଚ ଗୁଣ୍ଡ ଅଧ ଗ୍ଲାସ ପାଣିରେ ପକାଇ ପିଅନ୍ତୁ । ଏହା ବାଦ ଆପଣ ଯଦି ଆପଣ ପ୍ରତିଦିନ ଭିନ୍ନ ଉପାୟରେ ଗୋଲ ମରିଚର ସେବନ କରିବେ ତେବେ ଅନ୍ୟ କେତେ ଗୁଡିଏ ଗମ୍ଭୀର ସମସ୍ୟାରୁ ମଧ୍ୟ ରକ୍ଷା ପାଇ ପାରିବେ । ଗୋଲ ମରିଚ ଯୋଗୁଁ ପାଚନ ଜନିତ ସମସ୍ୟା ବି ହୋଇନଥାଏ । ଏହା ବାଦ ଆପଣଙ୍କ ଶରୀରର କୌଣସି ଜାଗାରେ ଯଦି କିଛି ସିଝି ଯାଏ । ତେବେ ଏହି ଗୋଲ ମରିଚକୁ ପେଷ୍ଟ କରି ସେହି ସ୍ଥାନରେ ଲଗାଇ ଦିଅନ୍ତୁ । କିଛି ସମୟ ଭିତରେ ନିଶ୍ଚିତ ଉପକାର ମିଳିବ । ଦାନ୍ତ ସମସ୍ୟାରୁ ମଧ୍ୟ ଏହା ମୁକ୍ତି ଦେଇଥାଏ ।

onion

କଞ୍ଚା ପିଆଜ:

ପିଆଜର ହିତକରି ଗୁଣ ବିଷୟରେ ତ ଆପଣ ସମସ୍ତେ ଜାଣିଥିବେ । କିନ୍ତୁ କଣ ଆପଣ ଜାଣନ୍ତି କି ପିଆଜର ସେବନ ଦ୍ୱାରା ଆପଣ ବ୍ଲଡ଼ ପ୍ରେସର ମଧ୍ୟ ନିୟନ୍ତ୍ରଣକୁ ଆସିଯାଏ । ପିଆଜରେ ଫ୍ଲେବନାଇଡିଶର ମାତ୍ରା ଭରପୁର ପରିମାଣରେ ଥାଏ । ଯାହା ଦ୍ୱାରା ରକ୍ତ ବାହିକା ମାନେ ପତଳା ହୋଇଯାନ୍ତି । ଫଳରେ ଶରୀରରେ ବ୍ଲଡ଼ ପ୍ରେସର ନିୟନ୍ତ୍ରଣ ହୋଇଥାଏ ।

ଏହା ସହ ପଢନ୍ତୁ: ଭୁଲରେ ବି ଚିକେନ ସହିତ ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ଯାଇପାରନ୍ତି ହସପିଟାଲ୍‌

ଅଁଳାର ସେବନ:

ପ୍ରତିଦିନ ଅଁଳା ସେବନ ଦ୍ୱାରା ଶରୀରର ବ୍ଲଡ଼ ପ୍ରେସର ନିୟନ୍ତ୍ରଣରେ ରହିବା ସହ ଅନ୍ୟ କେତେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।ଆପଣ ଅଁଳା କିମ୍ବା ଅଁଳା ପାଉଡରକୁ ପାଣିରେ ମିଶାଇ ଖାଇ ପାରିବେ । ଅଁଳାକୁ ମହୁ ସହ ଖାଇବା ଦ୍ୱାରା ଶରୀରର ରକ୍ତ ସଂଚାଳନ ଠିକ ରହିଥାଏ । ଆପଣ ଏହାକୁ ନିଜ ଡାଏଟରେ ସାମିଲ କରି ଏକ ସୁସ୍ଥ ଜୀବନ ଅତିବାହିତ କରିପାରିବେ ।

Leave A Reply

Your email address will not be published.