Below header

ନିଜର ପ୍ରଥମ ମ୍ୟୁଜିକ୍ ଭିଡିଓ ‘ଫିଲହାଲ୍’ର ଟିଜର ସେୟାର କଲେ ଅକ୍ଷୟ କୁମାର, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍ ର ଡେୟାରିଙ୍ଗ୍ ଅଭିନେତା ଭାବେ ପରିଚିତ ଅକ୍ଷୟ କୁମାର ନିଜର ପ୍ରଥମ ମ୍ୟୁଜିକ୍ ଭିଡିଓ ‘ଫିଲହାଲ୍’ର ଟିଜର ସେୟାର କରିଛନ୍ତି । ଏଥିରେ ସେ କୃତି ସେନନଙ୍କ ଭଉଣୀ ନୁପୁରଙ୍କ ସହିତ ନଜର ଆସିଛନ୍ତି । ଭିଡିଓରେ ସିଙ୍ଗର ବି ପ୍ରାକ୍ ମଧ୍ୟ ନଜର ଆସୁଛନ୍ତି । ଯିଏ ତେରି ମିଟ୍ଟୀ ଏବଂ ଅଳ୍ଲାହ ମାଲିକ୍ ତୁ ପରେ ୩ୟ ଥର ପାଇଁ ଅକ୍ଷୟଙ୍କ ପାଇଁ କଣ୍ଠଦାନ କରିଛନ୍ତି । ଏହି ଗୀତ ନଭେମ୍ବର ୯ରେ ରିଲିଜ୍ ହେବ।

ଦେଖନ୍ତୁ ଟିଜର ର ଭିଡିଓ:

https://www.instagram.com/tv/B4hIDT9nHYu/?utm_source=ig_web_options_share_sheet

ନୁପୁର-ଅକ୍ଷୟଙ୍କ ଏହି ରୋମାଣ୍ଟିକ୍ ଗୀତ ଜାନୀ ଲେଖିଥିବାବେଳେ ଗୀତଟିକୁ ଗାଇଛନ୍ତି ବି ପ୍ରାକ୍ । ଏହାବ୍ୟତିତ ଫେମସ୍ ପଞ୍ଜାବୀ ସିଙ୍ଗର ଏମ୍ମି ବିର୍କ ମଧ୍ୟ ଭିଡିଓରେ ନଜର ଆସିବେ । ଗୀତର ସୁଟିଙ୍ଗ୍ ମୁମ୍ବାଇର ସେଂଟ ଜାଭିୟର କଲେଜର ହୋଇଛି । ଭିଡିଓଟିର ନିର୍ଦ୍ଦେଶନା ଦେଇଛନ୍ତି ଅରବିନ୍ଦ କ୍ଷେରା ।

ଏହାସହ ପଢନ୍ତୁ:

‘କାମସୂତ୍ର’କୁ ନା କହିଲେ ସନି ଲିଓନି, ଏକତା କପୁର ଦେଇଥିଲେ ଅଫର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.