Below header

ତାଜମହଲକୁ ପଛରେ ପକାଇଲା ଷ୍ଟାଚ୍ୟୁ ଅଫ୍‌ ୟୁନିଟି, ବର୍ଷକରେ ରୋଜଗାର କଲା ୬୩ କୋଟି

ଗୁଜରାଟର କେବାଡିଆରେ ସର୍ଦ୍ଦାର ସରୋବର ବନ୍ଧ ନିକଟରେ ନିର୍ମିତ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟରର ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍‌ ୟୁନିଟି ପୁଣିଥରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ରୋଜଗାର କ୍ଷେତ୍ରରେ ଏହା ଆଗ୍ରାର ତାଜମହଲକୁ ମଧ୍ୟ ପଛରେ ପକାଇଦେଇଥିବା ଜଣାଯାଇଛି।

ଏହାସହ ପଢ଼ନ୍ତୁ: ବିମାନରେ ଯୋଗ କରିବା ପଡ଼ିଲା ମହଙ୍ଗା, ବିରକ୍ତ ହୋଇ ଅଧାରାସ୍ତାରେ ଓହ୍ଲାଇଦେଲେ କର୍ମଚାରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ଅକ୍ଟୋବର ୩୧ରେ ବର୍ଷେ ପୂରିଛି। ତେବେ ବର୍ଷେ ଭିତରେ ଏହାର ରୋଜଗାର ୬୩.୩୯ କୋଟି ଟଙ୍କା ହୋଇଛି। ଏହା ତାଜମହଲର ରେକର୍ଡକୁ ବି ଭାଙ୍ଗିଥିବା ଜଣାଯାଇଛି। ଚଳିତବର୍ଷ ତାଜମହଲର ରୋଜଗାର ମାତ୍ର ୫୬ କୋଟି ଟଙ୍କା ହୋଇଛି। ଟିକେଟ୍‌ ବିକ୍ରି କ୍ଷେତ୍ରରେ ଭାରତରେ ଏହା ଏକ ବିରଳ ରେକର୍ଡ।

ଚଳିତବର୍ଷ ତାଜମହଲକୁ ଦେଖିବାକୁ ୬୪.୫୮ ଲକ୍ଷ ପର୍ଯ୍ୟଟକ ପହଞ୍ଚିଥିବା ବେଳେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ପ୍ରାୟ ୨୪ ଲକ୍ଷ ଲୋକ ଦେଖିଛନ୍ତି। ଏହି ତାଲିକାରେ ଦିଲ୍ଲୀର କୁତବମିନାର, ଆଗ୍ରା କିଲ୍ଲା, ଲାଲ କିଲ୍ଲା ଏବଂ ଫତେହପୁର ସିକ୍ରି ମଧ୍ୟ ସାମିଲ ଅଛି।

୧.ଷ୍ଟାଚ୍ୟୁ ଅଫ୍‌ ୟୁନିଟି: ୨୪.୪୪ ଲକ୍ଷ ପର୍ଯ୍ୟଟକ, ୬୩ କୋଟି ଟଙ୍କା ରୋଜଗାର
୨.ତାଜମହଲ: ୬୪.୫୮ ଲକ୍ଷ ପର୍ଯ୍ୟଟକ, ୫୬ କୋଟି ଟଙ୍କା ରୋଜଗାର
୩.ଆଗ୍ରା କିଲ୍ଲା: ୨୪.୯୮ ଲକ୍ଷ ପର୍ଯ୍ୟଟକ, ୩୦.୫୫ କୋଟି ଟଙ୍କା ରୋଜଗାର

୪.କୁତବ ମିନାର: ୨୯.୨୩ ଲକ୍ଷ ପର୍ଯ୍ୟଟକ, ୨୩.୪୬ କୋଟି ଟଙ୍କା ରୋଜଗାର
୫.ଫତେହପୁର ସିକ୍ରି: ୧୨.୬୩ ଲକ୍ଷ ପର୍ଯ୍ୟଟକ, ୧୯.୦୪ କୋଟି ଟଙ୍କା ରୋଜଗାର
୬.ଲାଲକିଲ୍ଲା: ୩୧.୭୯ ଲକ୍ଷ ପର୍ଯ୍ୟଟକ, ୧୬.୧୭ କୋଟି ଟଙ୍କା ରୋଜଗାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.