ବିନା କୌଣସି ସାଇଡ୍‌ ଇଫେକ୍ଟରେ ପତଳା କେଶକୁ କରନ୍ତୁ ଘନ ଏବଂ ଲମ୍ବା, ଥରେ ବ୍ୟବହାର କରି ଦେଖନ୍ତୁ

ବଢ଼ୁଥିବା ପ୍ରଦୂଷଶ ବର୍ତ୍ତମାନ ସମୟରେ ସବୁଠାରୁ ବଡ ଚିନ୍ତାର କାରଣ ସାଜିପାରେ। ଗୋଟିଏ ପଟେ ଏହି ପ୍ରଦୂଷଣ ପାଇଁ ଅନେକ ରୋଗ ମଧ୍ୟ ହୋଇପାରେ, ସେହିପରି ଅନ୍ୟପଟେ ଆପଣଙ୍କ କେଶ ପାଇଁ ମଧ୍ୟ ବହୁତ ହାନିକାରକ ହୋଇଥାଏ। ଏମିତିରେ ମହିଳାମାନେ ନିଜର ପତଳା ଏବଂ ଶୁଷ୍କ କେଶ ପାଇଁ ଦାମୀ କେମିକାଲ ଯୁକ୍ତ ପ୍ରଡକ୍ଟସ୍‌ ବ୍ୟବହାର କରୁଛନ୍ତି କିନ୍ତୁ ଏହା କେଶ ପାଇଁ ବହୁତ ହାନିକାରକ ହୋଇଥାଏ। ଏବେ ଆପଣ ଭାବୁଥିବେ ଆଉ କଣ କଲେ ଯେ କେଶ ଝଡିବା କମ୍‌ ହେବ? ଆପଣ ବିଲୁକୁଲ ବି ଚିନ୍ତା କରନ୍ତୁ ନାହିଁ, ଆପଣଙ୍କର ଏହି ସମସ୍ୟା ପାଇଁ ଆମେ ଆପଣଙ୍କ ପାଇଁ ଏକ ଏମିତି ଦେଶୀ ଉପଚାର ନେଇ ଆସିଛୁ ଯାହା ବିନା କୌଣସି ସାଇଡ୍‌ ଇଫେକ୍ଟସ୍‌ ପତଳା କେଶକୁ ଲମ୍ବା ଏବଂ ଘନ କରିବ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

ଚାଉଳ ପାଣି କେଶ ପାଇଁ ବହୁତ ଲାଭଦାୟକ

rice-water-ଚାଉଳ ପାଣିରେ ମହଜୁଦ ଥିବା ଇନୋସିଟୋଲ ଏବଂ କାର୍ବୋହାଇଡ୍ରେଟ ଆପଣଙ୍କ କେଶକୁ ବାହାର କ୍ଷତି ଠାରୁ ସୁରକ୍ଷା ଦେଇଥାଏ।

-କେଶକୁ ବଢ଼ାଇବା ସହିତ ଏହା ଦୁଇ ମୁହାଁ କେଶ ପାଇଁ ମଧ୍ୟ ବହୁତ ଉପକାର।

-କେଶକୁ ସାଇନିଂ କରିବା ପାଇଁ ମାର୍କେଟରେ ମିଳୁଥିବା କେମିକାଲ ଯୁକ୍ତ କଣ୍ଡସନର ବଦଳରେ ଚାଉଳ ପାଣିକୁ ବ୍ୟବହାର କରନ୍ତୁ।

-ଶୀତ ଦିନରେ ରୂପି ସମଚସ୍ୟାରୁ ରକ୍ଷା ପାଇବା ପାଇଁ ଏହି ପାଣିକୁ ବ୍ୟବହାର କରନ୍ତୁ।

-ଯେଉଁ ମହିଳାଙ୍କର ଉକୁଣି ସମସ୍ୟା ବହୁତ ରହୁଛି ତାଙ୍କ ପାଇଁ ଏହି ଉପଚାର ବହୁତ ଲାଭଦାୟକ।

ଏବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ବ୍ୟବହାର

hairସର୍ବପ୍ରଥମେ ଭଲ ଚାଉଳକୁ ଦୁଇ ଥର ଧୋଇ ସଫା କରିଦିଅନ୍ତୁ। ଏହାପରେ ସେହି ଚାଉଳ ପାଣିକୁ ଦୁଇ ଦିନ ପାଇଁ ବନ୍ଦ କଣ୍ଟେନରରେ ପାଣି ସହିତ ମିଶାଇ ରଖନ୍ତୁ। ଅଧା କପ୍‌ ଚାଉଳ ପାଇଁ ଏକ ଗ୍ଲାସ୍‌ ପାଣି ଯଥେଷ୍ଟ ହୋଇଥାଏ। ଦୁଇ ଦିନ ପରେ ଆପଣ ଯେତେବେଳେ ସେହି କଣ୍ଟେନର ଦେଖିବେ ସେତେବେଳେ ତାହା ଧଳା ପଡିଯାଇଥିବ। ଏବେ ପାଣିକୁ ନେଇ ତୁଳା କିମ୍ବା ଆଙ୍ଗୁଳି ସାହାଯ୍ୟରେ କେଶ ମୂଳରେ ଲଗାନ୍ତୁ। ଧ୍ୟାନ ରଖନ୍ତୁ ଚାଉଳ ପାଣି ଲଗାଇବା ପୂର୍ବରୁ ଆପଣଙ୍କ କେଶ ପୂରା ସଫା ହୋଇଥିବା ଦରକାର। ଆପଣ ମୁଣ୍ଡ ଧୋଇବାରେ ଗୋଟେ ଘଣ୍ଟା ପୂର୍ବରୁ ଏହି ପାଣିର ବ୍ୟବହାର କରନ୍ତୁ। ଏହାପରେ ଆପଣ ଦେଖିବେ ମାତ୍ର ଗୋଟେ ମାସ ଭିତରେ ଆପଣଙ୍କ କେଶ ଲମ୍ବା ହେବା ସହିତ ଘନ ଏବଂ ସାଇନିଂ ମଧ୍ୟ ଦେଖାଯାଉଥିବ।

ଏହାସହ ପଢନ୍ତୁ : ଏହି ୫ ଉପାୟ ଦ୍ୱାରା ସକାଳୁ ଉଠିବା କ୍ଷଣି ହିଁ ହୋଇଯିବ ପେଟ ସଫା, ଥରେ ଆପଣେଇ ପରିଣାମ ଦେଖନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.