ରିଲିଜ୍‌ ହେଲା ଫିଲ୍ମ ରାମ ସେତୁର ଆନ୍ଥେମ୍‌ ସଙ୍ଗ୍‌, ଗୀତ ଶୁଣି ଲୋକେ କହିଲେ ଟାଙ୍କୁରୀ ଉଠୁଛି ଲୋମ

ଅକ୍ଷୟ କୁମାରଙ୍କ ଚର୍ଚ୍ଚିତ ଅପକମିଙ୍ଗ ଫିଲ୍ମ ରାମ ସେତୁର ଆନ୍ଥେମ୍‌ ସଙ୍ଗ୍‌ ଲଞ୍ଚ୍‌ ହୋଇଛି। ଏହି ମଉକାରେ ଅକ୍ଷୟ କୁମାର ସମସ୍ତଙ୍କ ମନ ଜିତିଛନ୍ତି। ଲଞ୍ଚ୍‌ ସମୟରେ ଅକ୍ଷୟ କୁମାର ନାକେବଳ ଏହି ଗୀତକୁ ଗାଇଛନ୍ତି ବରଂ ଏହାକୁ ଗାଇବା ପୂର୍ବରୁ ଏକ ବହୁତ ଖାସ୍‌ ଜିନିଷ ଉପରେ ବିଶେଷ ଧ୍ୟାନ ବି ଦେଇଛନ୍ତି। ଅକ୍ଷୟଙ୍କ ଏହି ଭାବ ପାଇଁ ସୋସିଆଲ ମିଡିଆରେ ପ୍ରଶଂସାରେ ସୁଅ ଛୁଟୁଛି। କେବଳ ଏତିକି ନୁହେଁ ଏହି ଗୀତକୁ ଦେଇ ଦର୍ଶକଙ୍କ ଭ୍ୟୁଜକୁ ବି ବେଶ୍‌ ପଢ଼ିବା ଲାଏକ ରହିଛି। କେବଳ ହିନ୍ଦୁ ଧର୍ମର ଲୋକ ନୁହେଁ ମୁସଲିମ ବର୍ଗର ଲୋକ ବି ‘ଜୟ ଶ୍ରୀ ରାମ’ ଗୀତକୁ ପ୍ରଶଂସା କରିବାକୁ ଥକୁ ନାହାଁନ୍ତି।

ramsetuଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ସଙ୍ଗ୍‌ ଲଞ୍ଚ୍‌ ହେବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅକ୍ଷୟ ଯେଉଁ ଅନ୍ଦାଜ୍‌ ଏବଂ ଏନର୍ଜି ସହିତ ‘ଜୟ ଶ୍ରୀ ରାମ’ ଗୀତକୁ ଗାଇଛନ୍ତି, ଆପଣ ବି ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଫିଲ୍ମ ରାମ ସେତୁର ଏହି ଗୀତକୁ ରିଲିଜ୍‌ କରିଦିଆଯାଇଛି। ଏହି ଗୀତର ଭିଡିଓରେ ଅକ୍ଷୟ କୁମାରଙ୍କ ବ୍ୟତୀତ ଫିଲ୍ମର ବାକି ଷ୍ଟାର କାଷ୍ଟଙ୍କ ସିନ୍ସକୁ ବି ସାମିଲ କରାଯାଇଛି।

ରାମ ସେତୁ ଫିଲ୍ମର ଗୀତ ‘ଜୟ ଶ୍ରୀ ରାମ’, ଭଗବାନ ରାମଙ୍କ ଭକ୍ତି ଗୀତ। ଏହି ଗୀତକୁ ଶୁଣିଲେ ଏମିତି ଲାଗିବ ଯେ ଯେମିତି ପପ୍‌ ମ୍ୟୁଜିକ ସହିତ ରାମ ଚାଳିସା ଗାନ କରାଯାଉଛି। ଦୀପାବଳି ପାଖାପାଖି ନିକଟସ୍ଥ ଏହି ଗୀତକୁ ଲଞ୍ଚ୍‌ କରିବା ପାଇଁ ମେକର୍ସଙ୍କ ନିଷ୍ପତ୍ତି ଏକଦମ୍‌ ଠିକ। କାହିଁକିନା ଏବେର ପାର୍ବବ ଋତୁ ଅବସରରେ ଏହି ଗୀତ ଲୋକଙ୍କ ପ୍ଲେଲିଷ୍ଟରେ ଏକଦମ୍‌ ଟପରେ ଜାଗା ବନାଇ ଦେଇଛି। ତେବେ ଆପଣ ବି ଦେଖନ୍ତୁ କେତେ ବଢ଼ିଆ ହୋଇଛି ଅକ୍ଷୟଙ୍କ ଏହି ମନଛୁଆଁ ଗୀତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.