ପୁଷ୍ପାର ‘ଉ ଆଣ୍ଟଭା’ ଗୀତରେ ଅକ୍ଷୟ କୁମାରଙ୍କ ଡ୍ୟାନ୍ସ ଦେଖି ଦିୱାନା ହେଲେ ଫ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ

ଅକ୍ଷୟ କୁମାର ଯାହା କରନ୍ତି ତାହା ବହୁତ ହିଁ ଜବରଦସ୍ତ ହୋଇଥାଏ । ତାଙ୍କର ଏପରି ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଜୋରସୋରରେ ଭାଇରାଲ ହେଉଛି । ଏହି ଭିଡିଓରେ ଖିଲାଡି କୁମାର ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଗୀତରେ ନାଚୁଥିବାର ନଜର ଆସିଛନ୍ତି ।

ଅକ୍ଷୟ କୁମାରଙ୍କ ଏନର୍ଜି ଏବଂ ଷ୍ଟାଇଲ ସହ ମ୍ୟାଚ କରିବା ଏକ ସହଜ କାମ ନୁହେଁ । ସେଥିପାଇଁ ତାଙ୍କୁ ବଲିଉଡର ଖିଲାଡି କୁମାରଙ୍କ ଟ୍ୟାଗ୍ ଦିଆଯାଇଛି । ଅକ୍ଷୟ କୁମାର ଯାହା କରନ୍ତି ତାହା ବହୁତ ହିଁ ଜବରଦସ୍ତ ହୋଇଥାଏ । ତାଙ୍କର ଏପରି ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଜୋରସୋରରେ ଭାଇରାଲ ହେଉଛି । ଏହି ଭିଡିଓରେ ଖିଲାଡି କୁମାର ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଗୀତରେ ନାଚୁଥିବାର ନଜର ଆସିଛନ୍ତି । ଅକ୍ଷୟ କୁମାରଙ୍କ ଏନର୍ଜି ଆଗରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ ମଧ୍ୟ ଫିକା ପଡିଯାଉଛି ।

କେବଳ ଅଲ୍ଲୁ ଅର୍ଜୁନ ନୁହେଁ ଅକ୍ଷୟ କୁମାରଙ୍କ ଏଣ୍ଟ୍ରି ଏବଂ ଜବରଦସ୍ତ ଡ୍ୟାନ୍ସ ଷ୍ଟେପ ପରେ ସେହି ଗୀତରେ ନାଚୁଥିବା ଅଭିନେତ୍ରୀମାନେ ମଧ୍ୟ ତାଙ୍କ ସାମ୍ନାରେ ଫିକା ଦେଖାଯାଉଛନ୍ତି । ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଭିଡିଓରେ ଅଭିନେତ୍ରୀ ଷ୍ଟେଜରେ ନାଚୁଥିବା ନଜର ଆସିଛନ୍ତି । ଏହି ଗୀତଟି ହେଉଛି ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା -ହିଟ୍ ଗୀତ ‘ଉ ଆଣ୍ଟଭା’ । ସାଧାରଣ ଭବରେ ଷ୍ଟେଜ ଉପରେ ଶୋ’ ଚାଲିଛି ଏବଂ ହଠାତ୍ ଅକ୍ଷୟ କୁମାର ଏଣ୍ଟ୍ରି କଲେ । ଅକ୍ଷୟ କୁମାରଙ୍କ ଏଣ୍ଟ୍ରି ସହିତ ଷ୍ଟେଜର ପୁରା ଦୃଶ୍ୟ ବଦଳିଯାଇଥିଲା ।

ଅକ୍ଷୟ କୁମାରଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ଇନଷ୍ଟାଗ୍ରାମରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭିଡିଓକୁ ନିଜେ ଏଲନାଜ ନାରୋଜି ମଧ୍ୟ ସେୟାର କରିଛନ୍ତି । ଏଲନାଜ ନାରୋଜି ସେହି ଡ୍ୟାନ୍ସର ଯିଏ ଅକ୍ଷୟ କୁମାରଙ୍କ ପ୍ରବେଶ ପୂର୍ବରୁ ମଞ୍ଚରେ ନାଚୁଥିଲେ । ଏଲନାଜ ନାରୋଜି ଇରାନ ଏବଂ ଜର୍ମାନର ଏକ ମଡେଲ ଯିଏ ବଲିଉଡରେ ମଧ୍ୟ ବହୁତ ଆକ୍ଟିଭ । ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଅନୁଯାୟୀ ଏହି ଡ୍ୟାନ୍ସ ଭିଡିଓ ଦି ଏଣ୍ଟରଟେନମେଣ୍ଟ ଟୁରରୁ ଆସିଛି । ନିଜେ ଏଲନାଜ ନାରୋଜି ଲେଖିଛନ୍ତି ଯେ ଅକ୍ଷୟ କୁମାରଙ୍କ ଏନର୍ଜି ସହ ମ୍ୟାଚ କରିବା ସହଜ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.