ଏବେ ଫିଲ୍ମ ହଲ୍‌ ନୁହେଁ ଏଠାରେ ଦେଖିପାରିବେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀବମ୍‌’, ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ଆସିବ ନଜର

ବଲିଉଡରେ ଅକ୍ଷୟ କୁମାରଙ୍କ ନାମ ଖିଲାଡି କୁମାର କେବଳ ଫିଲ୍ମ ‘ଖିଲାଡୀ’ ପାଇଁ ରଖାଯାଇନାହିଁ। ସେ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁ ଖେଳରେ ପାରଙ୍ଗମ ବୋଲି ତାଙ୍କ ନାମ ଖିଲାଡି କୁମାର ରଖାଯାଇଛି। ଚଳିତବର୍ଷ ତାଙ୍କ ଫିଲ୍ମ ସୂର୍ଯ୍ୟବଂଶୀ, ଲକ୍ଷ୍ମୀବମ୍‌, ପୃଥ୍ଵୀରାଜ ଏବଂ ବଚ୍ଚନ ପାଣ୍ଡେ ରିଲିଜ ହେବାର ଥିଲା। ଯାହା ଏବେ କରୋନା ଯୋଗୁଁ ସଙ୍କଟରେ ପଡିଛି।

bomb

ଏପରି ସ୍ଥଳେ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍’ ଓଟିଟି ପ୍ଲାଟଫର୍ମରେ ହଟଷ୍ଟାରରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମର କିଛି ପୋଷ୍ଟ ପ୍ରଡକ୍ସନ୍ କାମ ବାକି ରହିଛି ତାହା ଶେଷ ହେବା ପରେ ଫିଲ୍ମ ‘ ହଟଷ୍ଟାରରେ’ରେ ରିଲିଜ୍ କରାଇବାକୁ ପ୍ରସ୍ତୁତି ଚାଲିଛି । ‘ଲକ୍ଷ୍ମୀ ବମ୍’ ଫିଲ୍ମ ୧୨୫ କୋଟି ଟଙ୍କାରେ ବିକ୍ରି ହୋଇଛି।

ସୂଚନାଥାଉକି, ‘ଲକ୍ଷ୍ମୀ ବମ୍’ରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କିଆରା ଆଡଭାନୀ । ଏହା ତାମିଲ ଫିଲ୍ମ ‘କଞ୍ଚନା’ର ହିନ୍ଦୀ ରିମେକ୍ । ଏହି ବହୁଚର୍ଚ୍ଚିତ ଫିଲ୍ମଟିକୁ ପ୍ରଥମେ ମେ ୨୨ ତାରିଖରେ ରିଲିଜ୍ କରାଇବାକୁ ଯୋଜନା ରହିଥିଲା । ହେଲେ ଲକଡାଉନ୍ ଯୋଗୁ ତାକୁ ଅନଲାଇନରେ ରିଲିଜ୍ କରିବା ଲାଗି ସିଦ୍ଧାନ୍ତ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.