Below header

କୋରାପୁଟ : ଦୁଇ ଦୁଇଟି ନାବାଳିକା ଦୁଷ୍କର୍ମ ମାମଲା ରୁଜୁ, ଦୁଇ ଜଣ ଗିରଫ

କୋରାପୁଟ (କେ ନ୍ୟୁଜ୍‌) : ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ବଢୁଛି ନାବାଳିକା ଦୁଷ୍କର୍ମ ଘଟଣା । ଗୋଟିଏ ଦିନରେ ଦୁଇ ଦୁଇଟି ନାବାଳିକା ଦୁଷ୍କର୍ମ ମାମଲା ଦୁଇଟି ଅଲଗା ଥାନାରେ ରୁଜୁ ହୋଇଛି । ଗୋଟିଏ କୋରାପୁଟ ସଦର ଥାନା ଓ ଅନ୍ୟଟି କୋରାପାଟ ଟାଉନ୍ ଥାନାରେ ରୁଜୁ ହୋଇଛି । କୋରାପୁଟ ସଦରଥାନା ଅନ୍ତର୍ଗତ କେରଙ୍ଗ ପଞ୍ଚାୟତରେ ଘଟିଛି ଗୋଟିଏ ଘଟଣା । ଏଠାରେ ଜଣେ ୧୪ବର୍ଷର ନାବାଳିକାକୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିଥିଲା ଯୁବକ ଜଣକ ।

ପୁଣି ଝିଅଟି ଗର୍ଭବତୀ ହେବା ପରେ ଜୋର ଜବରଦସ୍ତି ତାର ଗର୍ଭପାତ କରାଇ ଥିଲା । ପରେ ମାନସିକ ନିର‌୍ୟାତନା ଦେଇ ନାବାଳିକାକୁ ଘରୁ ତଡିଦେଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ନାବାଳିକା ଓ ତାର ପରିବାର ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ସଦର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଉଭୟ ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା କରାଯାଇଛି ।

ସେହିଭଳି କୋରାପୁଟ ଟାଉନ ଥାନା ଅଞ୍ଚଳରେ ଜଣେ ୧୨ବର୍ଷର ନାବାଳିକା ମଧ୍ୟ ଦୁଷ୍କର୍ମର ଶିକାର ହୋଇଛି । ଘରେ କେହିନଥିବା ବେଳେ ଯୁବକ ଜୋର ଜବରଦସ୍ତି ପଶି ନାବାଳିକାକୁ ବଳାତ୍କାର କରିଥିଲା । କଥା ପ୍ରଘଟ ନକରିବାକୁ ପୀଡ଼ିତା ଓ ତାର ପରିବାର ଉପରେ ଚାପ ପକାଇ ଆସୁଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.