Below header

ଯଦି ଏହି ୫ଟି ଉଦ୍ଭାବନ ଆଜି ବି ବିଶ୍ଵରେ ଥାଆନ୍ତା ତାହେଲେ ବଦଳିଯାଇଥାନ୍ତା ଦୁନିଆର ଚିତ୍ର

ଦୁନିଆରେ କିଛି ଏପରି ଉଦ୍ଭାବନ ହୋଇଛି ଯାହା ମାନବ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେବ କିନ୍ତୁ କେତେକ ଅଜ୍ଞତା ଏବଂ ଭୁଲ ଧାରଣା ଯୋଗୁଁ ଏହିସବୁ ଉଦ୍ଭାବନ କୌଣସି କାମରେ ଆସିପାରିଲା ନାହିଁ । ତାହେଲେ ଆସନ୍ତୁ ଜାଣିବା ଏହି ପରି କିଛି ଉଦ୍ଭାବନ ବିଷୟରେ ।

କ୍ଲାଉଡ୍ ବୁଷ୍ଟର୍

1953 ମସିହାରେ, ୱିଲହେଲମ୍ ରିଚ୍ ଏକ ଏପରି ଯନ୍ତ୍ର ଉପରେ ପରୀକ୍ଷା କରିଥିଲେ ଯାହା ପ୍ରକୃତିର କ୍ଷତି ନକରି କୃତ୍ରିମ ବର୍ଷା କରିପାରିବ । କିନ୍ତୁ U.S. Department of Health and Human Services (HHS) ର Food and Drug Administration(FDA) ତାଙ୍କ ନାମରେ ଠକେଇ ଅଭିଯୋଗ ଆଣି ସେହି ଯନ୍ତ୍ରକୁ ନଷ୍ଟ କରିଦେଇଥିଲେ ।

ଫ୍ରି ଏନର୍ଜି ଟେକ୍ନୋଲୋଜି

1940 ମସିହାରେ, Viktor Schauberger ଏକ ଟର୍ବାଇନ ନିର୍ମାଣ କରିଥିଲେ ଯାହା ସାହାଯ୍ୟରେ ବିନା ଇନ୍ଧନରେ ବିମାନକୁ ଉଡାଯାଇପାରିବ । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତାଙ୍କୁ ଗିରଫ କରାଯାଇଥିଲା । 9 ମାସର ଦଣ୍ଡବିଧାନ ସମୟରେ ତାଙ୍କର ସମସ୍ତ ଦସ୍ତାବିଜ ଜବତ କରାଯାଇ ନଷ୍ଟ କରିଦିଆଯାଇଥିଲା ।

wardenclyffe Tower

ନିକୋଲା ଟେସଲା ଏକ ଏପରି ଟେକ୍ନୋଲୋଜି ଉଦ୍ଭାବନ କରିଥିଲେ ଯାହା ମାଧ୍ୟମରେ ବିନା ତାରରେ ସହଜରେ ବିଦ୍ୟୁତ୍ ପରିବହନ କରାଯାଇପାରିବ । କିନ୍ତୁ ଜେପି ମୋର୍ଗାନ୍ ଏହି ପ୍ରକଳ୍ପରେ ଟଙ୍କା ବିନିଯୋଗ କରୁଥିଲେ ଏବଂ ପରେ ସେ ଟଙ୍କା ଦେବାକୁ ମନା କରିଦେଲେ । କାରଣ ଏହି ଆବିଷ୍କାର ଦ୍ୱାରା ତାଙ୍କ ବ୍ୟବସାୟକୁ ବହୁତ କ୍ଷତି ପହଂଚିଥାନ୍ତା ।

ୱାଟର ଫ୍ଲୁଇଡ କାର

ଏହାକୁ ହାଇଡ୍ରୋଜେନ୍ ଇନ୍ଧନ ମଧ୍ୟ କୁହାଯାଏ । ଷ୍ଟାନଲି ମେୟର ଜଳ ଚାଳିତ କାରଗୁଡିକର 9 ଟି ମଡେଲକୁ ପ୍ୟାଟେଣ୍ଟ କରିଥିଲେ । କିନ୍ତୁ 21 ମାର୍ଚ୍ଚ 1988 ରେ, ଷ୍ଟାନଲି ଏକ ରେଷ୍ଟୁରାଣ୍ଟରେ ଡିନର କରିବା ସମୟରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା କୁହାଯାଏ ଯେ ଏକ ତେଲ କମ୍ପାନୀ ଖାଦ୍ୟରେ ବିଷ ପ୍ରବେଶ କରିଥିଲା ।

କ୍ରୋନୋ ଭିଜନ୍ ଟେକ୍ନୋଲୋଜି

ଫାଦର ପେଲଗ୍ରିନୋ 1960 ରେ ଏକ ଏପରି ଯନ୍ତ୍ର ଉଦ୍ଭାବନ କରିଥିଲେ । ଯାହା ସାହାଯ୍ୟରେ ଅତୀତର ଘଟଣାକୁ ଦେଖାଯାଇ ପାରିବ । 1972 ରେ ଏହା ଏକ ଇଟାଲୀୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । ସେମାନେ ଦାବି କରିଥିଲେ ଯେ ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦେଖିକରି ଆସିଛନ୍ତି । ତେବେ 1972 ମସିହା ପରେ ଏହି ମେସିନକୁ ନଷ୍ଟ କରି ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.