Below header

ଲୋକପ୍ରିୟ ଗାୟିକା ଅଳକାଙ୍କର ଆଜି ଜନ୍ମଦିନ,ତାଙ୍କର ଗୋଟିଏ ଗୀତ ପାଇଁ ୪୨ଟି ରାଜନୈତିକ ଦଳ କରିଥିଲେ ବିରୋଧ

ଆଜି ମାର୍ଚ୍ଚ ୨୦ରେ ବଲିଉଡର ଲୋକପ୍ରିୟ ଗାୟିକା ଅଳକା ୟାଗନିକଙ୍କର ଜନ୍ମଦିନ। ହିନ୍ଦୀ ସିନେମା ଜଗତରେ ଏମିତି ଦିନ ଥିଲା ଯେ ଯେତେବେଳେ ଫିମେଲ ସିଙ୍ଗରଙ୍କ ନାମ ନିଆଯାଏ ସେତେବେଳେ ଖାଲି ଅଳକାଙ୍କର ନାମ ହିଁ ରହିଥାଏ। ଅଳକା ସବୁଠାରୁ ବେଷ୍ଟ ମେଲ ସିଙ୍ଗର ଯଥା କୁମାର ସାନୁ, ଉଦିତ ନାରାୟଣଙ୍କ ଠାର ଆରମ୍ଭ କରି ସୋନୁ ନିଗମ ପର‌୍ୟ୍ୟନ୍ତ ସମସ୍ତଙ୍କ ସହିତ ହଜାର ରୁ ଅଧିକ ଗୀତ ଗାଇଛନ୍ତି।

୬ ବର୍ଷରୁ କଅଁଳ ବୟସରେ ଆକାଶବାଣୀ କୋଲକାତା ରୁ ନିଜର କ୍ୟାରିୟର ଆରମ୍ଭ କରି ସଫଳତାର ପାହାଚ ଚଢ଼ି ଚଢ଼ି ଗଲେ। ଶୀର୍ଷରେ ପହଁଚିଥିବା ସୁପ୍ରସିଦ୍ଧ ପ୍ଲେବ୍ୟାକ୍ ସିଙ୍ଗର ଅଳକା ୟାଗନିକ ନିଜ ଗୀତ ମାଧ୍ୟମରେ ଆଜି ବି ଶ୍ରୋତାଙ୍କ ହୃଦୟରେ ରାଜ୍ କରୁଛନ୍ତି। ଆସନ୍ତୁ ଜନ୍ମଦିନରେ ଅଳକା ଆଗନିକଙ୍କ ଜୀବନକୁ ଜଡିତ ଥିବା କିଛି ଖାସ କଥା ବିଷୟରେ ଜାଣିବା।

alka1-ଅଳକା ୧୦ ବର୍ଷ ବୟସରେ ନିଜ ମା’ଙ୍କ ସହିତ କ୍ୟାରିୟର ଗଢ଼ିବା ପାଇଁ ମୁମ୍ବାଇ ଆସିଥିଲେ। ଗୋଟିଏ ସାକ୍ଷାତରେ ରାଜ କପୁରଙ୍କୁ ଅଳକାଙ୍କ ସ୍ବର ବହୁତ ପସନ୍ଦ ଆସିଥିଲା। ସେ ପ୍ଲେବ୍ୟାକ୍ ସିଙ୍ଗର ଭାବେ ୧୯୮୦ ମସିହାରେ ଆସିଥିବା ଫିଲ୍ମ ‘ପାୟଲ କି ଝଙ୍କାର’ ରେ କାମ କଲେ। ସେହି ସମୟରେ ତାଙ୍କ ବୟସ ମାତ୍ର ୧୪ ବର୍ଷ ହୋଇଥିଲା।

ଏହା ସହିତ ପଢ଼ନ୍ତୁ :ଏକ୍ସ ବଏଫ୍ରେଣ୍ଡକୁ କିସ୍ ପରେ ସ୍ବାମୀଙ୍କ ଗୀତରେ କଲେ ଡ୍ୟାନ୍ସ , ସୋସିଆଲ ମିଡିଆରେ ଭାଇରାଲ ଦୀପିକା-ରଣବୀର

-ପ୍ରଥମ ଫିଲ୍ମ ପ୍ରାୟ ୮ ବର୍ଷ ପରେ ଅଳକା ମାଧୁରୀ ଦିକ୍ଷୀତଙ୍କ ଫିଲ୍ମର ଗୀତ ‘ଏକ,ଦୋ,ତିନ’ରୁ ଆରମ୍ଭ କରିଥିଲେ। ଯେଉଁଥିପାଇଁ ତାଙ୍କ ପାଇଁ ବଡ ସଫଳତା ମିଳିଥିଲା ଆଉ ତାଙ୍କୁ ନିଜର ପରିଚୟ ମିଳିଲା।

alka-ଏହପରଠାରୁ ଅଳକା ପଛକୁ ବୁଲି ଚାହିଁନାହାଁନ୍ତି। ୩୦ ବର୍ଷ ବୟସର କ୍ୟାରିୟରରେ ଅଳକା ଏବେ ପର‌୍ୟ୍ୟନ୍ତ ୭୦୦ ଫିଲ୍ମରେ ୨୦ ହଜାରରୁ ଅଧିକ ଗୀତରେ ନିଜର ସ୍ବର ଦେଇଛନ୍ତି।

-ବ୍ୟକ୍ତିଗତ ଜୀବନରେ ଅଳକା ୧୯୮୯ ମସିହାରେ ନୀରଜ କପୂରଙ୍କୁ ବିବାହ କରିଥିଲେ। କିଛି ଦିନ ହେବ ସେ ଆଉ ଗୀତ ଗାଉନାହାନ୍ତି।

-ଦୁଇ ଥର ଜାତୀୟ ପୁରଷ୍କାର ଜିତି ଥିବା ଅଳକା ୟାଗ୍ନିକ, ୧୨ଟି ଭାଷାରେ ଗୀତ ଗାଇବାର କ୍ଷମତା ରଖିଛନ୍ତି। ସେ ହିନ୍ଦୀ ବ୍ୟତୀତ ବହୁତ ଭାରତୀୟ ଭାଷାରେ ଅନେକ ହିଟ ଗୀତ ଦେଇଛନ୍ତି। ‘ଖଳନାୟକ’ (୧୯୯୩) ରେ ସେ ଗାଇଥିବା ‘ଚୋଲି କି ପିଛେ କ୍ୟା ହେ’ ଗୀତ ସେବେଠାରୁ ଆଜି ଯାଏଁ ହିଟ ହୋଇ ଆସୁଛି। ସେତେବେଳେ ପ୍ରାୟ ୪୨ ରାଜନୈତିକ ଦଳ ଏହି ଗୀତକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ଆଜି ତାଙ୍କ ଜୀବନରେ ଏତିକି କାମନା କରିବା ଯେ ସେ ସଂଗୀତ ଦୁନିଆରେ ଆହୁରି ଆଗକୁ ଯାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.