‘ମୁଁ ଭୂତକୁ ବହୁତ ଡ଼ରେ’ – ଶ୍ରଦ୍ଧା କପୁର

ମୁମ୍ବାଇ : ନିଜର ଅପକମିଙ୍ଗ ଫିଲ୍ମ ‘ସ୍ତ୍ରୀ’ ରେ ଜଣେ ଭୂତୁଣୀ ଚରିତ୍ରରେ ନଜର ଆସିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର। ହରର କମେଡ଼ି ଫିଲ୍ମରେ ଭୂତୁଣୀ ସାଜି ଦର୍ଶକଙ୍କୁ ଡରାଇବାକୁ ଯାଉଥିବା ଶ୍ରଦ୍ଧା କପୁର ନିଜର ବାସ୍ତବ ଜୀବନରେ ଖୁବ୍ ଡରକୁଳା। ଏହା ଆମେ କହୁନାହୁଁ ଏହା ବିଷୟରେ ଖୋଦ୍ ଶ୍ରଦ୍ଧା ଖୁଲାସା କରିଛନ୍ତି। ଏନେଇ ଫିଲ୍ମର ସୁଟିଂ ବିଷୟରେ କହିଛନ୍ତି ଶ୍ରଦ୍ଧା । ଚନ୍ଦେରୀ ସହରରେ ସୁଟିଂ କରିବାର ଅନୁଭୁତି କେବେ ଭୁଲିବେ ନାହିଁ। ଫିଲ୍ମ ସୁଟିଂ ସମୟରେ ଭୌତିକ ଶକ୍ତିର ଉପସ୍ଥିତି ଅନୁଭବ କରିଥିବା ଶ୍ରଦ୍ଧା କହିଛନ୍ତି। ସେହିଭଳି ପ୍ରଥମ ଥର ପାଇଁ ରାଜକୁମାର ରାଓଙ୍କ ସହ କାମ କରିବାର ଅନୁଭୁତି ଖୁବ୍ ଭଲ ବୋଲି କହିଛନ୍ତି ସେ।
ଫିଲ୍ମର କାହାଣୀରେ ଆପଣ ଦେଖିବାକୁ ପାଇବେ, ଚନ୍ଦେରୀ ସହରରେ ଘୁରିବୁଲୁଛି ସ୍ତ୍ରୀର ଅତୃପ୍ତ ଆତ୍ମା। ଏହି ଆତ୍ମା ଗାଁରେ ପୁରୁଷଙ୍କୁ ଗାଏବ କରିଦେଉଛି। ତାର କବଳରୁ ବଞ୍ଚିବାକୁ ପୁରୁଷମାନେ ସ୍ତ୍ରୀ ଭଳି ପୋଷାକ ପିନ୍ଧୁଛନ୍ତି। ଏହି ହରର କମେଡିରେ ଗ୍ଲାମରସ ଅନ୍ଦାଜରେ ନଜର ଆସିଛନ୍ତି ଶ୍ରଦ୍ଧା। ପୂର୍ବରୁ ରିଲିଜ ହୋଇଥିବା ଟ୍ରେଲର ସହ ଫିଲ୍ମର ଗୀତ ଗୁଡ଼ିକ ବହୁତ ସଂଖ୍ଯାକ ଦର୍ଶକଙ୍କୁ ପସନ୍ଦ ଆସିଛି।