ଦିଲ୍ଲୀ ଗୁରୁ ତେଗ ବାହାଦୂର କୋଭିଡ କେୟାର ସେଣ୍ଟରକୁ ୨ କୋଟି ଦାନ କଲେ ଅମିତାଭ ବଚ୍ଚନ

କରୋନା ସଙ୍କଟ ସମୟରେ ଦେଶକୁ ସାହାଯ୍ୟ କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଲିଉଡ ସେଲିବ୍ରିଟି ହାତ ବଢାଇସାରିଲେଣି। ଅନ୍ୟପକ୍ଷରେ, ବଲିଉଡ ସୁପରଷ୍ଟାର ଅର୍ଥାତ୍ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ଲୋକଙ୍କୁ କରୋନାର ସୁରକ୍ଷା ବିଷୟରେ ଅବଗତ କରାଉଛନ୍ତି ।

ଅମିତାଭ ବଚ୍ଚନ ୩୦୦ ବେଡ ଥିବା ଦିଲ୍ଲୀର ଏକ ଗୁରୁଦ୍ୱାରରେ ଚାଲୁଥିବା କୋଭିଡ କେନ୍ଦ୍ର ପାଇଁ ୨ କୋଟି ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି। ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଅମିତାଭ ଇଣ୍ଟରନ୍ୟାସନାଲ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ଭାରତକୁ ସାହାଯ୍ୟ କରିବାକୁ ନିବେଦନ କରୁଥିବା ଦେଖାଯାଉଛି। ଏଥିପାଇଁ ଦିଲ୍ଲୀ ଶିଖ ଗୁରୁଦ୍ବାର ପ୍ରବନ୍ଧକ କମିଟିର ଅଧ୍ୟକ୍ଷ ଅମିତାଭ ବଚ୍ଚନଙ୍କୁ ଧନ୍ଯବାଦ ଜଣାଇଛନ୍ତି।

ଦିଲ୍ଲୀରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି। ସେଥିପାଇଁ ଏଠାରେ ଆହୁରି ଗୋଟେ ସପ୍ତାହ ପାଇଁ ଲକଡାଉନ ଅବଧିକୁ ବଢାଇଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.