Below header

ଅମିତାଭଙ୍କ ସାମସଙ୍ଗ ମୋବାଇଲ ହେଲା ଖରାପ, ସାଓମି ଦେଲା ଏପରି ଜବାବ୍…

ମୁମ୍ବାଇ : ଭାରତୀୟ ସ୍ମାର୍ଟଫୋନ ବଜାରରେ କମ ମୂଲ୍ୟରେ ଦମଦାର ଫୋନ ଦେବାରେ ସାଓମି ମୋବାଇଲ୍ ବେଶ ଲୋକପ୍ରିୟତା ହାସଲ କରିଛି। କିନ୍ତୁ ଏଥର କମ୍ପାନି ଅମିତାଭ ବଚ୍ଚନଙ୍କୁ ମୋବାଇଲ ପରିବର୍ତ୍ତନ କରିବାକୁ ଉପଦେଶ ଦେଇ ରହିଛି ଚର୍ଚ୍ଚାରେ। ଆଜ୍ଞା ହଁ, ସାଓମି ଇଣ୍ଡିଆର ଏମଡ଼ି ମନୁ କୁମାର ଜେନ୍ ଅମିତାଭଙ୍କ ମୋବାଇଲ ଖରାପ ପୋଷ୍ଟରେ ସାଓମି ବ୍ୟବହାର କରିବା ପାଇଁ ଉପଦେଶ ଦେଇଛନ୍ତି। ଆସନ୍ତୁ ନଜର ପକାଇବା କଣ ରହିଛି ସଂପୂର୍ଣ୍ଣ ଘଟଣା ।

amitabh-bachchan

୧୩ ଡ଼ିସେମ୍ବର ଦିନ ସୋସିଆଲ ମିଡ଼ିଆରେ ବହୁଳ ଭାବେ ଅକ୍ଟିଭ ରହୁଥିବା ଅଭିତାଭ ବଚ୍ଚନ ଟ୍ବିଟ କରି ତାଙ୍କର ସାମସଙ୍ଗ ଗାଲାକ୍ସି ଏସ୯ ଫୋନ ଖରାପ ହୋଇଯାଇଥିବା କହିଥିଲେ। ଏଥିସହ ନିଜ ଫଲୋୟର୍ସଙ୍କୁ ଏଥିପାଇଁ ସାହାଯ୍ୟ ମାଗିଥିଲେ। ଯାହାପରେ ବିଗବିଙ୍କ ଅସୁବିଧା ଦୂର କରିବା ପାଇଁ ଫଲୋୟର୍ସମାନେ ଅନେକ ପ୍ରକାରର ଉପଦେଶ ଦେଇଥିଲେ। ଟ୍ବିଟରେ ରୋମାଞ୍ଚକର ମୋଡ଼ ସେତେବେଳେ ଆସିଥିଲା ଯେତେବେଳେ ଅମିତାଭଙ୍କୁ ସାଓମି ଇଣ୍ଡିଆର ଏମଡ଼ି ଉପଦେଶ ଦେଇଥିଲେ।

ସାଓମି ଇଣ୍ଡିଆର ଏମଡ଼ି ମନୁ କୁମାର ଜେନ୍ ଲେଖିଥିଲେ, ପ୍ରିୟ ଅମିତାଭ ଜୀ, ଏବେ ଫୋନ ପରିବର୍ତ୍ତନ କରିବାର ସମୟ ଆସିଛି। ଆପଣ ଭାରତର ଲୋକପ୍ରିୟ ଫୋନ ସାଓମି ଉପରେ ଭରସା କରିପାରିବେ। ଯଦି ଅନୁମତି ଦେବେ ତାହାଲେ ଆମେ ଆପଣଙ୍କୁ ଫୋନ ପଠାଇ ବହୁତ ଖୁସି ଅନୁଭୁତ କରିବୁ।


କିନ୍ତୁ ଏହାର ଠିକ୍ କିଛି ସମୟ ପରେ ବିଗବି ଟ୍ବିଟ କରି କହିଲେ, ମୋ ଫୋନକୁ ସାମସଙ୍ଗ କମ୍ପାନି ଟ୍ବିଟ ପରେ ତୁରନ୍ତ ଠିକ୍ କରିଦେଇଥିଲେ। ତେବେ ଆମେ ଏପରି କେମିତି ଦୁନିଆରେ ରହୁଛି। ମୋ ପାଇଁ କାଲି ପୂରା ରାତି ବହୁତ ଅଶାନ୍ତିଆ ରହିଥିଲା। କାରଣ ନା ମୋ ମୋବାଇଲ ଡେଡ଼୍ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.