‘ଆନିମଲ’ ଟିଜର ରିଲିଜ, ରଣବୀରଙ୍କ ଖୁନଖାର ଲୁକ୍‌ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ

ରଣବୀର କପୁରଙ୍କୁ ଚାପୁଡା ମାରିଲେ ଅନିଲ କପୁର । ରଣବୀରଙ୍କ ଅପକମିଂ ଫିଲ୍ମ ‘ଆନିମଲ’ ଟିଜରରେ ଦେଖିବାକୁ ମିଳିଛି ଏହି ସିନ୍‌ । ଫିଲ୍ମର ଟିଜର ଆଉଟ ହେବା ସହିତ ରିଲିଜ ତାରିଖ ମଧ୍ୟ ସାମ୍ନାକୁ ଆସିଛି ।

ରଣବୀର କପୁର ‘ଆନିମଲ’ ଫିଲ୍ମର ଟିଜର ରିଲିଜ ହୋଇଛି । ଟିଜର ରିଲିଜ ହେବା ପରେ ଫ୍ୟାନ୍ସ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି । ଟିଜରରେ ଚକୋଲେଟ୍‌ ବଏ ରଣବୀରଙ୍କ ନିଆରା ଅନ୍ଦାଜ ଦେଖିବାକୁ ମିଳିଛି । ଫିଲ୍ମରେ ଖୁବ୍‌ ଆକ୍ସନ, ଧମାକା, ଡ୍ରାମା ଏବଂ ଫାଇଟ୍‌ ଦେଖିବାକୁ ମିଳିବ ।

ଆଜି ରଣବୀର କପୁରଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟିଜର ରିଲିଜ ହୋଇଛି । ଟିଜର ଆରମ୍ଭରେ ଅନିଲ କୁପର ରଣବୀରଙ୍କୁ ଚାପୁଡା ମାରୁଥିବାର ଦେଖିବାକୁ ମିଳିଛନ୍ତି । ଏହି ଫିଲ୍ମରେ ଅନିଲ କପୁର ରଣବୀରଙ୍କ ବାପା ଭୂମିକାରେ ନଜର ଆସିବେ । ଫିଲ୍ମରେ ରଣବୀରଙ୍କ ସହିତ ରଶ୍ମିକା ମନ୍ଦାନା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି ।

ଟିଜରରେ ୨୯ ସେକେଣ୍ଡର କ୍ଲିପ ଦେଖିବାକୁ ମିଳିଛି । ଏହା ପୂର୍ବରୁ ଫିଲ୍ମଟି ଅଗଷ୍ଟରେ ରିଲିଜ ହେବାର ଥିଲା । କିନ୍ତୁ ଅଗଷ୍ଟରେ ସନ୍ନି ଦେଓ୍ଵଲଙ୍କର ଫିଲ୍ମ ‘ଗଦର ୨’ ଏବଂ ଓଏମଜି ୨ ରିଲିଜ ହେବା ଯୋଗୁଁ ଫିଲ୍ମଟି ରିଲିଜ ହୋଇନଥିଲା । ଫିଲ୍ମଟି ଆସନ୍ତା ଡିସେମ୍ବର ୧ ତାରିଖରେ ରିଲିଜ ହେବାକୁ ରହିଛି । ଏଥିରେ ରଣବୀର ଏବଂ ରଶ୍ମିକାଙ୍କ ବ୍ୟତୀତ ବବି ଦେଓ୍ଵଲ, ତୃପ୍ତି ଡିମରୀ ପ୍ରମୁଖ ଭୂମିକାରେ ରହିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ସନ୍ଦୀପ ରେଡ୍ଡୀ ବାଙ୍ଗା ଦେଉଛନ୍ତି । ସନ୍ଦୀପ ପୂର୍ବରୁ କବୀର ସିଂ, ଅର୍ଜୁନ ରେଡ୍ଡୀ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.