Below header

ସବୁଜ ବିପ୍ଳବର ଜନକ ତଥା କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କ ପରଲୋକ, ଶୋକ ପ୍ରକାଶ କଲେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ଭାରତର ମହାନ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଲବର ଜନକ ଏମ ଏସ୍‌ ସ୍ୱାମୀନାଥନଙ୍କ ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । କୃଷି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ଭାରତ ସରକାରଙ୍କ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ।

ଭାରତର ମହାନ କୃଷି ବୈଜ୍ଞାନିକ ଏମ ଏସ ସ୍ୱାମୀନାଥନଙ୍କ ପରଲୋକ ହୋଇଛି । ଆଜି ଚେନ୍ନାଇରେ ୧୧.୨୦ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ସେ ଭାରତର ସବୁଜ ବିପ୍ଲବର ଜନକ ବୋଲି କୁହାଯାଉଥିଲା । ତେବେ ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏମଏସ ସ୍ୱାମୀନାଥନଙ୍କ ଜନ୍ମ ଅଗଷ୍ଟ ୭, ୧୯୨୫ରେ ତାମିଲନାଡୁ କୁମ୍ଭକୋଣମରେ ହୋଇଥିଲା । ସ୍ୱାମୀନାଥମ ଡିପାର୍ଟମେଣ୍ଟ ଅଫ ଏଗ୍ରିକଲଚରର ବୈଜ୍ଞାନିକ ରହିଥିଲେ । ସେ ୧୯୭୨ରୁ ୧୯୭୯ ପର୍ଯ୍ୟନ୍ତ ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚର ରିସର୍ଚ୍ଚର ଅଧ୍ୟକ୍ଷ ଭାବେ କାମ କରୁଥିଲେ । କୃଷି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ଭାରତ ସରକାରଙ୍କ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ସ୍ୱାମୀନାଥନ ଧାନର ଏଭଳି କିସମ ପ୍ରସ୍ତୁତ କରିଥିଲେ, ଯାହା ଭାରତର ଚାଷୀ କମ ଆୟରେ ଅଧିକ ଧାନ ଉତ୍ପାଦନ କରିପାରୁଥିଲା ।

କୃଷି ବୈଜ୍ଞାନିକ ସ୍ୱାମୀନାଥନ ସବୁଜ ବିପ୍ଳବରେ ସଫଳତା ପାଇବା ପାଇଁ ଦୁଇ କେନ୍ଦ୍ରକୃଷି ମନ୍ତ୍ରୀ ସି. ସୁବ୍ରମଣ୍ୟମ(୧୯୬୪-୬୭) ଏବଂ ଜଗଜୀବନ ରାମ(୧୯୬୭-୭୦ ଏବଂ ୧୯୭୪-୭୭) ମିଶି କାମ କରିଥିଲେ । ଏହି ପ୍ରୋଗ୍ରାମ ଜରିଆରେ କେମିକାଲ ବାୟୋଲୋଜି ଟେକ୍ନୋଲୋଜି ଜରିଆରେ ଗହମ ଏବଂ ଚାଉଳର ଉତ୍ପାଦନ ବଢାଯାଉଥିଲା । ସବୁଜ ବିପ୍ଳବ ଯୋଗୁଁ ଭାରତ ଖାଦ୍ୟଶସ୍ୟ ଉତ୍ପାଦନ କରି ଆତ୍ମନିର୍ଭର ହେବା ଦିଗରେ ଅଗ୍ରଗତି କରିଥିଲା ।

ସବୁଜ ବିପ୍ଳବର ଜନକ ତଥା ବିଶିଷ୍ଟ କୃଷି ବୈଜ୍ଞାନିକ ଏମ୍‍ ଏସ୍‍ ସ୍ୱାମୀନାଥନଙ୍କ ବିୟୋଗରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ନିଜ ଶୋକ ବାର୍ତ୍ତାରେ ଶ୍ରୀ ସାମନ୍ତ କହିଛନ୍ତି, ସ୍ୱାମୀନାଥନଙ୍କ ସହ କିଟ୍‍ ଓ କିସ୍‍ର ଦୀର୍ଘ ଦିନ ଧରି ନିବିଡ଼ ସମ୍ପର୍କ ରହିଆସିଥିଲା । ସେ ବହୁବାର କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିଲେ । ତାଙ୍କ ପ୍ରଚେଷ୍ଟାରେ କିସରେ ଏକ ସ୍ୱାମୀନାଥନ ରିସର୍ଚ୍ଚ ଚେୟାର ମଧ୍ୟ ପ୍ରତିଷ୍ଠା କରାଯାଇଥିଲା। ପ୍ରଫେସର ସ୍ୱାମୀନାଥନ୍‍ ଶ୍ରୀ ସାମନ୍ତଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ। ଶ୍ରୀ ସାମନ୍ତ ମଧ୍ୟ ସ୍ୱାମୀନାଥନ୍‍ଙ୍କୁ ଯଥେଷ୍ଟ ସମ୍ମାନ କରୁଥିଲେ । କିଟ୍‍ ଓ କିସ୍‍ ପରିବାର ପକ୍ଷରୁ ମଧ୍ୟ ସ୍ୱାମୀନାଥନଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.