ସୁନା ଠାରୁ ମଧ୍ୟ ମହଙ୍ଗା ଏହି ଜିନିଷର ଅଳଙ୍କାର, ଜାଣନ୍ତୁ କ’ଣ?

ହାତୀ ଦାନ୍ତ ଅଳଙ୍କାର ତିଆରି ପାଇଁ ବ୍ୟବହୃତ ହୁଏ। ହାର, ଚୁଡି ଏବଂ ବଟନ୍ ପରି ଅଳଙ୍କାର ଏଥିରୁ ତିଆରି କରାଯାଏ। ବିଶେଷକରି ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଏହା ମଧ୍ୟ ଷ୍ଟାଟସର ବିଷୟ, ଯେଉଁଥିପାଇଁ ଏହା ଟିକେ ମହଙ୍ଗା।

ଅଳଙ୍କାର ସମ୍ବନ୍ଧୀୟ କଥା ଆସିଲେ ଆପଣଙ୍କ ମନରେ ପ୍ରଥମେ ନିଶ୍ଚୟ ସୁନା କିମ୍ବା ହୀରା ଆସୁଥିବ। କଣ ଆପଣ ଜାଣିଛନ୍ତି କି, ଅଳଙ୍କାର ତିଆରି କରିବା ପାଇଁ ଆଉ ଏକ ଜିନିଷ ମଧ୍ୟ ଅଛି । ବିଦେଶରେ ଏହି କାରବାର ବହୁତ ପରିମାଣରେ କରାଯାଏ । କିନ୍ତୁ ଭାରତରେ ଏହା ବେଆଇନ ଅଟେ । ଭାରତରେ ଲୋକ ଏହି କାରବାର ଲୁଚାଛପାରେ କରନ୍ତି । ତେବେ ଆସନ୍ତୁ ଜାଣିବା ସେହି ବିଶେଷ ଜିନିଷ ବିଷୟରେ ଯାହା ଅଳଙ୍କାର ତିଆରିରେ ବ୍ୟବହାର କରାଯାଏ ।

ଭାରତରେ ହାତୀ ଦାନ୍ତ କାରବାରକୁ ବେଆଇନ ଘୋଷଣା କରାଯାଇଛି । ‘ବନ୍ୟଜନ୍ତୁ ସୁରକ୍ଷା ଆଇନ’ ଧାରା ୯ ଅନୁଯାୟୀ ଏହା ବେଆଇନ, ଏହା ଅଧୀନରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଏ । ଆପଣ ଖବରକାଗଜରେ ଏହା ପଢ଼ିଥିବେ ଯେ ଲୋକମାନେ ଦାନ୍ତ ଲୋଭରେ ହାତୀର ହତ୍ୟା କରନ୍ତି, ଯାହା କେବଳ ଏହି ନିରୀହ ପ୍ରାଣୀର ଜୀବନ ନେଇଯାଏ ନାହିଁ, ବରଂ ହାତୀ ସଂଖ୍ୟା ମଧ୍ୟ ହ୍ରାସ କରିଥାଏ। ହାତୀ ଦାନ୍ତର କାହାଣୀ ଏବଂ ମୂଲ୍ୟ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ କିନ୍ତୁ ଆପଣ ଜାଣିଛନ୍ତି କି, କାହିଁକି ଏହା ଏତେ ଅଧିକ ମୂଲ୍ୟରେ ବିକ୍ରି ହୁଏ?

ହାତୀ ଦାନ୍ତ ବିଭିନ୍ନ ଅଳଙ୍କାର ତିଆରି ପାଇଁ ବ୍ୟବହାର କରାଯାଏ। ହାର, ଚୁଡି ଏବଂ ବଟନ୍ ପରି ଅଳଙ୍କାର ଏଥିରୁ ତିଆରି କରାଯାଏ। ବିଶେଷକରି ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଏହା ଷ୍ଟାଟସର ବିଷୟ ଯେଉଁଥିପାଇଁ ଏହା ଟିକେ ମହଙ୍ଗା। ହାତୀ ଦାନ୍ତରେ ନିର୍ମିତ ଅଳଙ୍କାରର ସମ୍ପୁର୍ଣ୍ଣ ବେଆଇନ, କିନ୍ତୁ ପ୍ରାଚୀନ କାଳରେ ଏହାର ବ୍ୟବହାର କରାଯାଉଥିଲା । ପ୍ରାଚୀନ କାଳରେ ମଧ୍ୟ ହାତୀ ଦାନ୍ତରେ ନିର୍ମିତ ଅଳଙ୍କାର ରାଜ ପରିବାର ଏବଂ ଧନୀ ଲୋକଙ୍କ ମଧ୍ୟରେ ବହୁତ ଚାହିଦା ଥିଲା। କେତେକ ବିଶେଷ ସ୍ଥାନରେ ଏହା ସାଧାରଣ ସଂସ୍କୃତିର ଏକ ଅଂଶ ଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.