ଫାଇନାନ୍ସ କର୍ମଚାରୀ ଏଜେଣ୍ଟ ନିଖୋଜ ଅଭିଯୋଗ, ରାସ୍ତାରେ ପଡ଼ିଛି ବାଇକ୍ ଓ ଚପଲ

କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ବାବର ବିଡିହି ମୁଖ୍ଯ ରାସ୍ତାରୁ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ନିଖୋଜ ହୋଇଛନ୍ତି । ଗତକାଲି କଲେକ୍ସନ୍ ସାରି ସନ୍ଧ୍ୟା ସମୟରେ ସେ ଫେରୁଥିଲେ । ତାପରଠୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରୁନି ।

ମହାକାଳପଡା (କେନ୍ୟୁଜ): ଫାଇନାନ୍ସ କର୍ମଚାରୀ ଏଜେଣ୍ଟ ନିଖୋଜ ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ବାବର ବିଡିହି ମୁଖ୍ଯ ରାସ୍ତାରୁ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ନିଖୋଜ ହୋଇଛନ୍ତି । ତାଙ୍କ ନାଁ ସ୍ବାଗତ ସାମଲ ଓ ଘର ମହାକାଳପଡା ଥାନା ରାଜଗଡ ଗାଁରେ। ଅଭିଯୋଗ ହୋଇଛି, ଗତକାଲି କଲେକ୍ସନ୍ ସାରି ସନ୍ଧ୍ୟା ସମୟରେ ସେ ଫେରୁଥିଲେ । ତାପରଠୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରୁନି । ବହୁ ଖୋଜାଖୋଜି ପରେ ବି କିଛି ସନ୍ଧାନ ପାଇ ନାହାନ୍ତି ପରିବାର କି କମ୍ପାନୀ କର୍ତ୍ତୃପକ୍ଷ ।

ବାବର-ବିଡିହି ରାସ୍ତାର ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରେ ସ୍ବାଗତଙ୍କ ବାଇକ, ବ୍ୟାଗ୍, ଚପଲ ଓ ଟ୍ୟାବ୍ ପଡିଛି । ସେତେବେଳେ ତାଙ୍କ ପାଖରେ ପ୍ରାୟ ୨ ଲକ୍ଷ ୬୫ ହଜାର ନଗଦ କ୍ୟାସ୍ ଥିଲା ବୋଲି ସୂଚନା ମିଳିଛି । ବ୍ୟାଗରେ ଟଙ୍କା ନଥିବା ବେଳେ ସ୍ବାଗତଙ୍କର କୌଣସି ଖୋଜଖବର ମିଳୁନି । ନିଖୋଜ ନେଇ ଫାଇନାନ୍ସ କମ୍ପାନୀ କର୍ତ୍ତପକ୍ଷ ଥାନାରେ ଅଭିଯୋଗ କରିବା ପରେ ତନାଘନା ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.