ପୁଣିଥରେ ଫିଲ୍ମ ଜଗତରେ ଶୋକ, ୬ ବର୍ଷ ଧରି କ୍ୟାନସରରେ ଯୁଝିବା ପରେ ଆଖିବୁଜିଲେ ଏହି ପ୍ରସିଦ୍ଧ କଳାକାର

ପ୍ରସିଦ୍ଧ ଭାରତୀୟ କଳାକାର ଅଞ୍ଜୁମ୍‌ ସିଂହଙ୍କର ମଙ୍ଗଳବାର ପରଲୋକ ହୋଇଛି। ସେ ଦୀର୍ଘ ୬ ବର୍ଷ ଧରି କ୍ୟାନସରରେ ପୀଡ଼ିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ଅଞ୍ଜୁମ୍‌ଙ୍କ ପରଲୋକର ଖବର କଳା ସଂଗ୍ରହକର୍ତ୍ତା ‘କିରଣ ନାଦର ମ୍ୟୁଜିୟମ୍‌ ଅଫ୍‌ ଆର୍ଟ’ ଦେଇଛନ୍ତି। ନାଦର ମ୍ୟୁଜିୟମ୍‌ ଅଫ୍‌ ଆର୍ଟ ତରଫରୁ କୁହାଯାଇଛି ଯେ ଅଞ୍ଜୁମ୍‌ ସିଂହଙ୍କ ନିଧନ ହୋଇଛି। ସେ ଦୀର୍ଘ ଦିନ ଧରି କ୍ୟାନସର ସହ ଯୁଝୁଥିଲେ। ୨୦୧୪ରେ ତାଙ୍କୁ କ୍ୟାନସର ହୋଇଥିବା ଜଣାପଡ଼ିଥିଲା।

 

View this post on Instagram

 

A post shared by Talwar Gallery (@talwargallery)

ଜଣାଶୁଣା ଚିତ୍ରକର ଅର୍ପିତା ଓ ପରମଜିତ୍‌ ସିଂହଙ୍କ ଝିଅ ହେଉଛନ୍ତି ଅଞ୍ଜୁମ୍‌। ସେ ଶାନ୍ତିନିକେତନର କଳା ଭବନରୁ ଲଳିତ କଳାରେ ସ୍ନାତକ କରିଥିଲେ। ଏହା ପରେ ଦିଲ୍ଲୀର କଲେଜ ଅଫ୍‌ ଆର୍ଟରୁ ଏହି ବିଷୟରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ତାଙ୍କ ଶେଷ କାର୍ଯ୍ୟକ୍ରମ ‘ଆଇ ଆମ୍‌ ଷ୍ଟିଲ ହିୟର’ ଗତବର୍ଷ ଦିଲ୍ଲୀର ତଲବାର ଗ୍ୟାଲେରୀରେ ଆୟୋଜିତ ହୋଇଥିଲା। ଏହା ତାଙ୍କ କ୍ୟାନସର ଯାତ୍ରା ଉପରେ ପର୍ଯ୍ୟବେସିତ ଥିଲା।


ଅଞ୍ଜୁମଙ୍କ ମୃତ୍ୟୁ ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ଲେଖକ ଅଶୋକ ବାଜପେୟୀ, ଟିଏମ୍‌ସି ସାଂସଦ ଡେରେକ ଓବ୍ରାୟନ୍‌ ପ୍ରମୁଖ ଟ୍ଵିଟ୍‌ କରି ଶୋକବ୍ୟକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.