ଏହି ଭିଡିଓ ପୋଷ୍ଟ କରି ଟ୍ରୋଲ୍ ର ଶିକାର ହେଲେ ଅଙ୍କିତା ଲୋଖଣ୍ଡେ, ସୁଶାନ୍ତଙ୍କୁ ନେଇ ଏମିତି କହିଲେ ୟୁଜର୍ସ

ଗତ ୧୪ ଜୁନ୍ ୨୦୨୦ ରେ ମୁମ୍ବାଇ ସ୍ଥିତ ବାସଭବନରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଦେହ ମିଳିଥିଲା। ଏନେଇ ଆଜି ପର୍ଯ୍ୟନ୍ତ ତାଙ୍କ ଫ୍ୟାନ୍ସମାନେ ଦୁଃଖରେ ରହିଛନ୍ତି। ବର୍ତ୍ତମାନ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତଦନ୍ତ ଜାରି ରହିଛି। ଏଥିପାଇଁ ଫ୍ୟାନ୍ସମାନେ ମଧ୍ୟ ଅଭିନେତାଙ୍କ ପାଇଁ ନ୍ୟାୟଦାବି କରୁଛନ୍ତି। ସୂଚନା ମୁତାବକ, ସୁଶାନ୍ତଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ତାଙ୍କ ପାଇଁ ନ୍ୟାୟ ଦାବି କରିବା ସହ ସୋସିଆଲ ମିଡିଆ ପୋଷ୍ଟରେ ମଧ୍ୟ ଏନେଇ ଦାବି କରିଥିଲେ। କିନ୍ତୁ ଗତ କିଛି ଦିନ ହେବ ଅଙ୍କିତା ସୁଶାନ୍ତଙ୍କ ସମ୍ପର୍କରେ ପୋଷ୍ଟ କରିବା ବନ୍ଦ କରିଦେଇଛନ୍ତି। ଏବେ ସେ ସୋସିଆଲ ମିଡିଆରେ ବୟଫ୍ରେଣ୍ଡ ଭିକ୍କୀ ଜୈନ୍ ଙ୍କ ସହ ନିଜ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। ଏହା ସୁଶାନ୍ତଙ୍କ ଫ୍ୟାନ୍ସମାନଙ୍କୁ ଆଘାତ ଦେଇଛି । ଅଙ୍କିତା କିପରି ଏତେ ଜଲଦି ସୁଶାନ୍ତଙ୍କୁ ଭୁଲି ଗଲେ ବୋଲି ସୁଶାନ୍ତଙ୍କ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ?

ANKITAବାସ୍ତବରେ ଅଙ୍କିତା କିଛି ଦିନ ତଳେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଇନଷ୍ଟା ଫିଚର୍ ସହ ଏକ ରିଲ୍ ଭିଡିଓ ସେୟାର୍ କରିଥିଲେ। ଏହି କାରଣରୁ ତାଙ୍କୁ ଖୁବ୍ ଖରାପ ଭାବେ ଟ୍ରୋଲ୍ କରାଯାଇଥିଲା। ଏନେଇ ଜଣେ ୟୁଜର୍ ଅଙ୍କିତାଙ୍କ ଏହି ଭିଡିଓରେ ଲେଖିଛନ୍ତି, ‘ଆପଣ ସତରେ ବହୁତ ଖୁସି ନା ଦି ? କ’ଣ କେବେ ସୁଶାନ୍ତ ସାର୍ ଙ୍କୁ ନ୍ୟାୟ ମିଳିବନି ?’ ସେହିଭଳି ଅନ୍ୟ ଜଣେ ୟୁଜର୍ ଲେଖିଥିଲେ,‘ଲାଗୁଛି ସୁଶାନ୍ତଙ୍କ ମୃତ୍ୟୁପରେ ତୁମେ ଅଧିକ ଖୁସି ଅଛ, ପ୍ରକୃତରେ ରାଜ୍ କ’ଣ ? ଏବେ ତ ଲାଗୁଛି ତୁମେ ମଧ୍ୟ ତାଙ୍କୁ ନେଇ ଈର୍ଷା କରୁଥିଲ।’ ଆଉ ଜଣେ ୟୁଜର୍ ମଧ୍ୟ ଅଙ୍କିତାଙ୍କ ଏହି ଭିଡିଓରେ କମେଣ୍ଟ ଦେଇଥିଲେ, ‘ଏପରି ଲାଗୁଛି ଯେମିତି ସୁଶାନ୍ତଙ୍କ ମୃତ୍ୟୁ ପରେ ତୁମେ ହଠାତ୍ ବହୁତ ଖୁସି ହୋଇଯାଇଛ। ଭାଗ୍ୟ ଭଲ କି ତୁମର ଏହି ଅସଲ ଚେହେରା ଦେଖିବା ପାଇଁ ଦୁନିଆରେ ଏବେ ସୁଶାନ୍ତ ସିଂହ ରାଜପୁତ ନାହାନ୍ତି।’ସୁଶାନ୍ତଙ୍କୁ ଭଲ ପାଉଥିବା ଲୋକେ ଏପରି ବହୁ ଟ୍ଵିଟ୍‌ କରିଛନ୍ତି ।

 

View this post on Instagram

 

A post shared by Ankita Lokhande (@lokhandeankita)

ସୁଶାନ୍ତ ଏବଂ ଅଙ୍କିତା, ଏକତା କପୁରଙ୍କ ଟିଭି ଶୋ’ ‘ପବିତ୍ର ରିସ୍ତା’ ରେ କାମ କରିଥିଲେ। ଏହି ଶୋ’ ରେ ମାନବ ଏବଂ ଅର୍ଚ୍ଚନାଙ୍କ ଚରିତ୍ରରେ ତାଙ୍କୁ ଖୁବ୍ ପସନ୍ଦ କରାଯାଇଥିଲା। ଏହି ଶୋ’ ଜରିଆରେ ଅଙ୍କିତା ଏବଂ ସୁଶାନ୍ତ ପରସ୍ପରଙ୍କ ନିକଟତର ହୋଇଥିଲେ। ଗତ ୨୦୧୬ ରେ ମଧ୍ୟ ଦୁଇ ଜଣ ବିବାହ କରିଥାନ୍ତେ ବୋଲି ଶୁଣାଯାଉଥିଲା । ହେଲୋ ହଠାତ୍‌ ଦୁଇ ଜଣଙ୍କ ଭିତରେ ବ୍ରେକଅପ୍ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.