Below header

‘ପବିତ୍ର ରିସ୍ତା ୨’ର ପ୍ରଥମ ଟିଜିର ରିଲିଜ, ଇନଷ୍ଟାଗ୍ରାମରେ ସେୟାର କଲେ ଅଙ୍କିତା

ବହୁ ପ୍ରତିକ୍ଷୀତ ‘ପବିତ୍ର ରିସ୍ତା ୨’ ର ଫାଷ୍ଟ ଟିଜର ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଅଙ୍କିତା ଲୋଖଣ୍ଡେ। ଅଙ୍କିତା ଲୋଖଣ୍ଡେ ନିଜର ଇନଷ୍ଟାଗ୍ରାମ୍‌ରେ ପବିତ୍ର ରିସ୍ତାର ଡିଜିଟାଲ ଭର୍ସନର ପ୍ରଥମ ଟିଜର ସେୟାର କରିଛନ୍ତି। ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିନା ଏହି ଶୋ ବିଷୟରେ କଳ୍ପନା କରିବା ଫ୍ଯାନଙ୍କ ପାଇଁ ବହୁତ ମୁସ୍କିଲ।

ରିଲିଜ୍‌ ହୋଇଥିବା ଟିଜରରେ ମାନବ ଓ ଅର୍ଚ୍ଚନାଙ୍କର ସଚ୍ଚା ପ୍ରେମ ଓ ତାଙ୍କର ବଣ୍ଡିଂ ବନ୍ଧନର ଝଲକକୁ ଦେଖା ଯାଇଛି । ମାନବ ଲୁକ୍‌ରେ ସୁଶାନ୍ତଙ୍କ ସ୍ଥାନରେ ଶାହିର ଶେଖ୍‌ ଓ ଅର୍ଚ୍ଚନାର ଲୁକ୍‌ରେ ଅଙ୍କିତା ଲୋଖଣ୍ଡେ ଉଭୟ ଆକର୍ଷଣୀୟ ଲାଗୁଛନ୍ତି । ଭିଡ଼ିଓରେ ଦୁହିଁଙ୍କର କେମେଷ୍ଟ୍ରି ଦେଖିବାକୁ ମିଳିଛି। ଶାହିର ଶେଖ୍‌ ମାନବର ଚରିତ୍ରରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.