Below header

ହାତରେ ଚପଲ ଧରି ଅର୍ଣ୍ଣବ ଗୋସ୍ଵାମୀଙ୍କ ଅଫିସରେ ପହଞ୍ଚିଲେ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପ, ଜାଣନ୍ତୁ କାହିଁକି

ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କର ଆଜି ଅର୍ଥାତ ୧୧ ସେପ୍ଟେମ୍ବରରେ ଜନ୍ମଦିନ। ଏହି ଅବସରରେ ସେ ଷ୍ଟାଣ୍ଡ-ଅପ କମେଡିଆନ କୁନାଲ କାମରାଙ୍କ ସହିତ ଟିଭି ଆଙ୍କର ଅର୍ଣ୍ଣବ ଗୋସ୍ଵାମୀଙ୍କ ଅଫିସରେ ପହଞ୍ଚିଥିଲେ। ଦୁଇଜଣ ଅର୍ଣ୍ଣବଙ୍କ ପାଇଁ ଗିଫ୍ଟ ମଧ୍ୟ ନେଇଥିଲେ। କିନ୍ତୁ ବିଲ୍ଡିଂ ବାହାରେ ସିକ୍ୟୁରୀଟି ଗାର୍ଡ ସେମାନଙ୍କୁ ଭିତରକୁ ଯିବା ପାଇଁ ଦେଇ ନ ଥିଲା।

ତେବେ ଅନୁରାଗ ଓ କୁନାଲଙ୍କ ହାତରେ ଆୱାର୍ଡ ଭଳି ଫ୍ରେମରେ ଚପଲ ଥିବା ଦେଖିବାକୁ ମିଳିଥିଲା। ଫଟୋ ସେୟାର କରିବାକୁ ଯାଇ କାମରା ଲେଖିଥିଲେ, ‘ବାର୍ଥ ଡେ ବୟ ଅନୁରାଗ କାଶ୍ୟପ ଏବଂ ମୁଁ ଅର୍ଣ୍ଣବ ଗୋସ୍ଵାମୀକୁ ‘ସାମ୍ବାଦିକତାରେ ଉତ୍କୃଷ୍ଠତା’ ପୁରସ୍କାର ଦେବାକୁ ତାଙ୍କ ଅଫିସରେ ପହଞ୍ଚିଥିଲୁ। କିନ୍ତୁ ଗାର୍ଡ ଆମକୁ ବିନା ପରମିଶନରେ ଯିବାକୁ ଦେଇ ନ ଥିଲେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.