ବିହାର : କଙ୍ଗନାଙ୍କୁ ଧମକ ଦେବା ଅଭିଯୋଗରେ ଉଦ୍ଧବ ଠାକ୍‌ରେ ଓ ସଂଜୟ ରାଉତଙ୍କ ନାମରେ ମକଦ୍ଦମା

ପାଟନା : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । ଏହି ବିବାଦ ଏବେ ଆହୁରି ବିସ୍ଫୋରକ ରୂପ ଧାରଣ କରିଛି । କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସ ଭାଙ୍ଗିବା ସହ କଙ୍ଗନାଙ୍କ ନାମରେ ମୁମ୍ବାଇ ଥାନାରେ ମାମଲା ରୁଜୁ ହେବା ପରେ ଏବେ ବିହାରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ଶିବସେନା ନେତା ସଂଜୟ ରାଉତଙ୍କ ନାମରେ ମଧ୍ୟ ମାମଲା ଦାୟର ହୋଇଛି । ଏହି ମାମଲା ବିହାରରେ ଦାୟର କରିଛନ୍ତି କଙ୍ଗନାଙ୍କ ସମର୍ଥକମାନେ ।

Kangana--3jpg

ଅଭିନେତ୍ରୀ କଙ୍ଗନାଙ୍କୁ ଧମକ ଦେବା ଅଭିଯୋଗରେ ବିହାର ମୁଜଫୁରପୁର କୋର୍ଟରେ ଜଣେ ବ୍ୟକ୍ତି ଏହି ମାମଲା ଦାୟର କରିଛନ୍ତି । କଙ୍ଗନାଙ୍କୁ ଧମକ ଦେବା ଅଭିଯୋଗରେ ଏହି ଦୁଇ ନେତାଙ୍କ ନାମରେ ମାମଲା ଦାୟର ହୋଇଛି । ବିଏମ୍‌ସି ଦ୍ୱାରା କଙ୍ଗନାଙ୍କ ଅଫିସ ଭଙ୍ଗା ଯିବା ପରେ କଙ୍ଗନା ଉଦ୍ଧବ ଠାକ୍‌ରେଙ୍କ ଉଦ୍ଦେଶ୍ୟରେ କହିଥିଲେ ‘ଆଜ୍‌ ମେରା ଅଫିସ୍‌ ଟୁଟା ହେ ଉଦ୍ଧବ କାଲ୍‌ ତୁହ୍ମାରା ଘମଣ୍ଡ ଟୁଟେଗା’ । ଖାଲି ସେତିକି ନୁହେଁ ବିଏମ୍‌ସିକୁ ବାବର ସେନା ମଧ୍ୟ କହିଥିଲେ କଙ୍ଗନା ।

kangana--1

କଙ୍ଗନା ୪୮ କୋଟି ଖର୍ଚ୍ଚ କରି ମୁମ୍ବାଇ ପାଲି ହିଲ୍‌ ସ୍ଥିତ ବଙ୍ଗଳା ନମ୍ବର ୫ କୁ ନିଜର ଅଫିସ କରିଥିଲେ । ଯାହାକୁ ବିଏମ୍‌ସି ଭଙ୍ଗାରୁଜ। କରିଥିଲା । ଖାଲି ସେତିକି ନୁହେଁ କଙ୍ଗନା ମୁମ୍ବାଇକୁ ପିଓକେ ସହ ମଧ୍ୟ ତୁଳନା କରିଥିଲେ । ଏହି ଉକ୍ତି କୁ ନେଇ ଶିବସେନା ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଉଦ୍ଧବ ଠାକ୍‌ରେଙ୍କ ନାମରେ ଅସମ୍ମାନଜନକ ଟିପ୍ପଣୀ ଦେବା ସହ ମୁମ୍ବାଇକୁ ପିଓକେ କହିଥିବା ନେଇ କଙ୍ଗନାଙ୍କ ନାମରେ ଶିବସେନା ପକ୍ଷରୁ ଥାନାରେ ଏଫ୍‌ଆଇଆର୍‌ ଦିଆଯିବା ପରେ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇାଥିଲା ।

ଦେଶର ବିଭିନ୍ନ ସ୍ଥାନରେ ଠାକ୍‌ରେ ଓ ସଂଜୟ ରାଉତଙ୍କ କୁଶ ପୁତ୍ତଳିକା ଦାହ କରାଯିବା ଦେଖାଯାଇଥିଲା । ଆଜି କଙ୍ଗନାଙ୍କୁ ଧମକ ଦେବା ଅଭିଯୋଗରେ ବିହାରରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଠାକ୍‌ରେ ଓ ଶିବସେନା ନେତା ସଂଜୟ ରାଉତଙ୍କ ନାମରେ ମାମଲା ଦାଖଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.