Below header

ଅନୁଷ୍କା ଏକାଥରେ କିଣିଲେ ୩୫ଟି ଶାଢ଼ି

ବଲିଉଡ୍ ଷ୍ଟାର ଅନୁଷ୍କା ଶର୍ମା ଏକାଥରେ କିଣିଛନ୍ତି ୩୫ଟି ଶାଢ଼ି । ଅବଶ୍ୟ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । କାରଣ ତାଙ୍କ ପାଖରେ ନିଜର କୋଟି କୋଟି ଆୟ ଅଛି ପୁଣି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ହେଉଛନ୍ତି ତାଙ୍କ ସ୍ବାମୀ । ସିଏ ଏତେ ଶାଢ଼ି କିଣିବେନି ତା ଆଉ କିଏ କିଣିବ । ତେବେ କଥାଟି ଠିକ୍ ସେଇଆ ନୁହେଁ । ଅନୁଷ୍କାଙ୍କ ଆଗାମୀ ଫିଲ୍ମ ‘ସୁଇ ଧାଗା’ର ସୁଟିଂ ମଧ୍ୟପ୍ରଦେଶର ଚନ୍ଦେରି ଠାରେ ହୋଇଥିଲା । ଚନ୍ଦେରିର ଶାଢ଼ି ବିଶ୍ବ ପ୍ରସିଦ୍ଧ । ସେଠାକାର ବୁଣାକାରଙ୍କର ମଧ୍ୟ ସ୍ବତନ୍ତ୍ର ମର୍ଯ୍ୟାଦା ରହିଛି । ଫିଲ୍ମ ସୁଟିଂ ବେଳେ ଅନୁଷ୍କା ସେମାନଙ୍କଠାରୁ ଶାଢ଼ି ବୁଣିବା କାମ ଶିଖିଥିଲେ । ତା ସହିତ ନିଜ ସମ୍ପର୍କୀୟଙ୍କ ପାଇଁ ୩୫ଟି ଶାଢ଼ି କିଣି ନେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.