Below header

କରୋନାରୁ ସୁସ୍ଥ ହେଲେ ଅର୍ଜୁନ କପୁର, ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଦେଲେ ସୂଚନା

କରୋନାକୁ ମାତ୍‌ ଦେଲେ ଅର୍ଜୁନ କପୁର। କୋଭିଡ୍‌ ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ସୁସ୍ଥ ହେବା ପରେ ଅର୍ଜୁନ କହିଛନ୍ତି ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଓ କାମକୁ ଫେରିବାକୁ ଏକ୍ସାଇଟେଡ୍‌ ଅଛି। ବୁଧବାର ଦିନ ଅର୍ଜୁନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ନୋଟ୍‌ ସେୟାର କରି ନିଜ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଛନ୍ତି।

ଅର୍ଜୁନ୍‌ କପୁର ଲେଖିଛନ୍ତି ‘ହାଏ! ମୋ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ବେଶ୍‌ ଖୁସି ଲାଗୁଛି। କାମକୁ ଫେରିବା ପାଇଁ ଏକ୍ସାଇଟେଡ୍‌ ଅଛି’। କରୋନା ସମୟରେ ଫ୍ୟାନ୍‌ମାନେ ତାଙ୍କ ପାଇଁ ଚିନ୍ତା କରୁଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସମସ୍ତେ କରୋନାକୁ ଗୁରୁତ୍ୱର ସହ ନିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି।

 

View this post on Instagram

 

🙏

A post shared by Arjun Kapoor (@arjunkapoor) on

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଅର୍ଜୁନଙ୍କ ପ୍ରେମିକା ମଲାଇଲା ଆରୋରା ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବା ନେଇ ମଲାଇକା ନିଜେ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.