Below header

ଯାଜପୁର: ୪ଦଫା ଦାବି ନେଇ ଧର୍ମଶାଳା ତହସିଲ ସମ୍ମୁଖରେ ବିଜେପିର ଧାରଣା

ଯାଜପୁର(କେନ୍ୟୁଜ): ୪ ଦଫା ଦାବି ନେଇ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ସମ୍ମୁଖରେ ବିଜେପି ଧାରଣା । ବନ୍ୟା ବିପନ୍ନଙ୍କୁ ତୁରନ୍ତ ସରକାରୀ ପାଲ, ଘରଭଙ୍ଗା ସାହାଯ୍ୟ ଓ ଫସଲହାନୀ କ୍ଷତିପୂରଣ,  ରମାପୁର ଠାରେ ହୋଇଥିବା ମନୁଷ୍ୟକୃତ ଘାଇକୁ ତୁରନ୍ତ ମରାମତି ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ତହସିଲ ଅଧିନରେ ଥିବା ପାହାଡରୁ ବେଆଇନ ପଥର ଚାଲାଣ ରୋକିବା, ହରିଦାସପୁର ଠାରେ ଗଢି ଉଠିଥିବା ରାମକୋ  ସିମେଣ୍ଟ କାରଖାନାରେ ଜମିହରା ଓ ସ୍ଥାନୀୟ ଅଞ୍ଚଳର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ସହ ପରିବହନ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ସଂସ୍ଥାକୁ ନିଯୁକ୍ତି ଦିଆଯିବା ଆଦି ଦଳ ଦାବି ଉଠାଇଛି ।

ଏହାର ପ୍ରତିବାଦରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସର୍ବେଶ୍ୱର ବେହୁରାଙ୍କ ନେତୃତ୍ୱରେ ବହୁ କର୍ମୀ ଗତକାଲିଠାରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବା ଯାଏ ଏହି ଧାରଣା ଚାଲୁରହିବ ବୋଲି ଦଳ ଚେତାବନୀ ଦେଇଛି ଦଳ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.