ଶୀତଦିନରେ ରୁକ୍ଷ ତ୍ୱଚାରୁ ମୁକ୍ତି ଦେବ ଘିଅ, ନ୍ୟାଚୁରାଲ ଗ୍ଲୋ ପାଇଁ ଏମିତି କରନ୍ତୁ ବ୍ୟବହାର

ଘିଅ ପ୍ରାୟତଃ ସମସ୍ତଙ୍କ ଘରେ ରହିଥାଏ। ସମସ୍ତ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଘିଅରେ ମିଳିଥାଏ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବହୁତ କମ୍ ଲୋକ ଜାଣନ୍ତି ଯେ ଘିଅ ଚର୍ମ ପାଇଁ ବହୁତ ଲାଭଦାୟକ ଅଟେ । ଆୟୁର୍ବେଦରେ ଘିଅକୁ ଏକ ଔଷଧ ଭାବରେ ବ୍ୟବହାର କରାଯାଏ। ଚର୍ମରେ ଚମକ ଆଣିବା ପାଇଁ ଘିଅ କିପରି କାମ କରେ ଆସନ୍ତୁ ଜାଣିବା ।

ଘିଅରେ ବନାନ୍ତୁ ମଶ୍ଚରାଇଜର କ୍ରିମ:

ଘିଅରେ ଆପଣ ଘରେ ଭଲ ମଶ୍ଚରାଇଜର କ୍ରିମ୍ ତିଆରି କରିପାରିବେ। ଘିଅ ଚର୍ମକୁ ହାଇଡ୍ରେଟ୍ ଏବଂ ଦାଗହୀନ କରିଥାଏ, ଯାହା ଚର୍ମକୁ ଚମକାଇଥାଏ । ତ୍ୱଚାକୁ ନରମ କରିବା ପାଇଁ କଞ୍ଚା କ୍ଷୀର ଏବଂ ବେସନକୁ ମିଶାଇ ଘିଅରେ ପେଷ୍ଟ ତଆରି କରନ୍ତୁ।ଏହାକୁ ଚର୍ମରେ ଲଗାନ୍ତୁ ଏବଂ ଏହାକୁ ଧୀରେ ଧୀରେ ମାଲିସ୍ କରନ୍ତୁ । ଏହାକୁ ୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ ।

desi ghee

ଫଟା ଓଠରୁ ମୁକ୍ତି ମିଳିବ:

ଶୀତଦିନେ ସମସ୍ତଙ୍କର ଓଠ ଫାଟିଯିବା ସମସ୍ୟା ଦେଖାଯାଏ। ଘିଅ ଶୀତଦିନେ ମଧ୍ୟ ଓଠକୁ ନରମ ରଖେ । ତେଣୁ ଶୋଇବା ପୂର୍ବରୁ ଆପଣଙ୍କ ଓଠରେ ଅଳ୍ପ ପରିମାଣର ଘିଅ ଲଗାନ୍ତୁ । କିଛି ମିନିଟ୍ ପାଇଁ ମସାଜ୍ କରନ୍ତୁ ଏବଂ ଏହାକୁ ଛାଡିଦିଅନ୍ତୁ । ପରଦିନ ସକାଳେ ପାଣିରେ ଧୋଇ ଦିଅ ।

କେଶରେ ନମନିୟତା ଆଣିଥାଏ :

ଶୀତଦିନେ କେଶ ରୁକ୍ଷ ହୋଇଯାଏ। ଶୀତଦିନେ କେଶର ଏହି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଥାଏ। ଘିଅରେ ଫ୍ୟାଟି ଏସିଡ୍ ଥାଏ ଯାହା କେଶରେ ଆର୍ଦ୍ରତା ବଜାୟ ରଖେ | ଘିଅ କେଶ ପାଇଁ ଏକ ପ୍ରାକୃତିକ କଣ୍ଡିସନର ଭାବରେ କାମ କରେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.