Below header

ମଲାଇକା ଅରୋରାଙ୍କ ସହିତ ବିବାହକୁ ନେଇ ଫ୍ୟାମିଲି ପ୍ରେସରରେ ଅର୍ଜୁନ କପୁର କହିଲେ ଏପରି କଥା

ବଲିଉଡ ଅଭିନେତା ଅର୍ଜୁନ କପୁର ଅଭିନେତ୍ରୀ ମଲାଇକା ଅରୋରାଙ୍କ ସହିତ ନିଜର ରିଲେସନସିପକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତେବେ ନିକଟରେ ଏକ ଇଣ୍ଟରଭିୟୁରେ ଅର୍ଜୁନ କପୁର ମଲାଇକାଙ୍କ ସହିତ ନିଜର ସମ୍ପର୍କକୁ ନେଇ ନିଜ ମନକଥା ଖୋଲି କହିଛନ୍ତି । ଏହି ସମୟରେ ଅଭିନେତା ନିଜର ବିବାହ ପାଇଁ ପରିବାରର ପ୍ରେସରକୁ ନେଇ ଅନେକ କଥା କହିଛନ୍ତି । ସୂଚନା ଅନୁଯାୟୀ ଅର୍ଜୁନଙ୍କ ଜନ୍ମଦିନରେ ମଲାଇକା ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ନିଜର ଫ୍ୟାନ୍ସ ମାନଙ୍କୁ ଅର୍ଜୁନ ଓ ତାଙ୍କର ରିଲେସନସିପକୁ ନେଇ ସୂଚନା ଦେଇଥିଲେ ।

 

View this post on Instagram

 

Sun,star,light,happiness…….2020✨

A post shared by Malaika Arora (@malaikaaroraofficial) on


ସୂଚନା ଅନୁଯାୟୀ ଅର୍ଜୁନ କପୁର ନିକଟରେ ଏକ ଇଣ୍ଟରଭିୟୁରେ କହିଛନ୍ତି ଯେ “ମୋ ପରିବାରର ସମସ୍ତ ସଦସ୍ୟଙ୍କୁ ଏହା ଜଣାଅଛି ଯେ ମୁଁ ସମସ୍ତଙ୍କ କଥା ଶୁଣେ କିନ୍ତୁ ନିଜ ହିସାବରେ ହିଁ ଚାଲେ । ସେଥିପାଇଁ ଗୋଟେ ସମୟରେ ସେମାନେ କହିବା ବନ୍ଦ କରିଦିଅନ୍ତି । ମୁଁ ନିଜ କାମରେ କେବେବି ମୋ ପରିବାରକୁ ନିରାଶ କରିନି । ସେମାନଙ୍କୁ ବିଶ୍ୱାସ ଅଛି ଯେ ମୁଁ ଯାହାବି ନିଷ୍ପତ୍ତି ନେବି ସମ୍ପୂର୍ଣ୍ଣ ବାସ୍ତବିକ ଭାବେ ନେବି ।”

मलाइका अरोड़ा के साथ शादी को लेकर फैमिली प्रेशर पर अर्जुन कपूर का आया रिएक्शन, बोले- सुनता सबकी हूं...

ଏହାସହିତ ଅର୍ଜୁନ କପୁର କହିଛନ୍ତି ଯେ “ମୁଁ ଯେତିକି ମ୍ୟାଚୁଅର ସବୁବେଳେ ତାଠୁ ଅଧିକ ହେବାପାଇଁ ଚେଷ୍ଟା କରିଥାଏ । ବେଳେବେଳେ ଏଥିପାଇଁ ମୋତେ ଅନେକ କିଛି ସହ୍ୟ କରିବାକୁ ପଡିଥାଏ । କାରଣ ସେମାନଙ୍କୁ ବୋଝ ନଦେଇ ମୁଁ ସବୁକିଛି ସମ୍ଭାଳିପାରେ । ଏହାସହିତ ମୋ ପରିବାର ଜାଣିଛି ଯେ ତାଙ୍କୁ ଧ୍ୟାନରେ ରଖି ହିଁ ମୁଁ କୌଣସି ନିଷ୍ପତ୍ତି ନେବି । ନା ବିଳମ୍ବରେ ନା ଶୀଘ୍ର ବରଂ ଠିକ ସମୟରେ ମୁଁ ନିଷ୍ପତ୍ତି ନେବି । ସବୁବେଳେ କୁହେ କି ମୁଁ ସେଟଲ ହେବାପାଇଁ ଚାଁହୁଛି ଏହାସହିତ ମୁଁ କେବେ କୋଉକଥା ଲୁଚାଏ ନାହିଁ ଏବଂ ସର୍ବଦା ନିଜର ଜବାବ ରଖିବାକୁ ଚେଷ୍ଟା କରିଥାଏ ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.