ଦିଲ୍ଲୀ: ଉତ୍ତମ ପ୍ଳାଷ୍ଟିକ ପରିଚାଳନା ପାଇଁ ଜାତୀୟସ୍ତରରେ ପୁରୀକୁ କରାଗଲା ପୁରସ୍କୃତ

ପୁରୀ(କେନ୍ୟୁଜ୍): ଉତ୍ତମ ପ୍ଳାଷ୍ଟିକ ପରିଚାଳନା ବ୍ୟବସ୍ଥା ନିମନ୍ତେ ଜାତୀୟ ସ୍ତରରେ ପୁରୀକୁ ପୁରସ୍କାର ପ୍ରଦାନ କରାଯାଇଛି । ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଓ ସ୍ୱଚ୍ଛ ଗ୍ରାମୀଣ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଜିଲ୍ଲାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସହରରେ ପ୍ଳାଷ୍ଟିକ ବର୍ଜ୍ୟବସ୍ତୁର ଉତ୍ତମ ପରିଚାଳନା ବ୍ୟବସ୍ଥା ଓ ଜିଲ୍ଲାର ବାୟୁ ପ୍ରଦୂଷଣ ରୋକିବାରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଏହି ପୁରସ୍କାର ଦିଆଯାଇଛି । ନୂଆ ଦିଲ୍ଲୀର ଏରୋସିଟି ଠାରେ ଅନୁଷ୍ଠିତ ODF SUSTAINIBILITY କର୍ମଶାଳାରେ ବଲିଉଡ ଅଭିନେତା ଅମୀର ଖାନ, ପୁରୀ ପୌରପାଳିକାର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ପୁରୀରେ ଗତ ଗାନ୍ଧୀ ଜୟନ୍ତୀ ଠାରୁ ପ୍ଳାଷ୍ଟିକ ମୁକ୍ତ କରିବାକୁ ଆରମ୍ଭ ହୋଇଥିବା ଅଭିଯାନ ବ୍ୟାପକ ରୂପ ନେଇଛି । ବେଳାଭୂମିକୁ ଆବର୍ଜନା ମୁକ୍ତ କରିବାକୁ ସହରରୁ ଆବର୍ଜନା ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆଣିବା, ସହର ତଥା ଗ୍ରାମ ସ୍ତରରେ ପ୍ଳାଷ୍ଟିକ ଓ ପଲିଥିନ ମୁକ୍ତ କରିବା ନିମନ୍ତେ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.