Below header

ମକର ସଂକ୍ରାନ୍ତିରେ ଗୁଡି ଉଡାଇବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି କଟକବାସୀ, ଏବର୍ଷ ବାରଣ କରାଯାଇଛି ପ୍ଲାଷ୍ଟିକ ସୂତା

କଟକ(କେନ୍ୟୁଜ): କଟକରେ ମକର ସଂକ୍ରାନ୍ତିରେ ରହିିଛି ଗୁଡ଼ି ଉଡ଼ାଇବା ପରଂପରା। କାହିଁ କେତେକାଳରୁ ମକର ସଂକ୍ରାନ୍ତି ଠାରୁ ପିଲାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଗୁଡ଼ି ଉଡ଼ାଇଥାନ୍ତି। ମୋଟୁ ପତଲୁ, ବବି ଗୁଡ଼ି, ଚେଙ୍ଗ ଗୁଡ଼ି ଆଦି ବିଭିନ୍ନ ପ୍ରକାର ଗୁଡ଼ିର ବେଶ ଚାହିଦା ରହିଛି । ତିନିଟଙ୍କା ଠାରୁ ଆରମ୍ଭ କରି ୨ଶହ ଟଙ୍କା ଯାଏ ଏହାର ଦର ରହିଛି। ତେବେ ପ୍ଲାଷ୍ଟିକ ସୂତାକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି।ପୂର୍ବରୁ ଏହି ଗୁଡି ଉଡାରେ ମାଞ୍ଜା ସୂତାର ବ୍ୟବହାର କରାଯାଉଥିଲା କିନ୍ତୁ ଏହି ସୂତାକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି।   ଏନେଇ ପୋଲିସ ମଧ୍ୟ ସଜାଗ ରହିଥିବା କହିଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ। ସଚେତନ ହୋଇ ସମସ୍ତେ ଖୋଲା ଜାଗାରେ ଗୁଡ଼ି ଉଡ଼ାଇବେ ବୋଲି ଯୁବପୀଢି କହିଛନ୍ତି। ଭିଡ଼ ରାସ୍ତାରେ ଗୁଡ଼ି ନଉଡ଼ାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.