ସୋନୁ ସୁଦଙ୍କ ପରେ ଅର୍ଜୁନ ରାମପାଲ କରୋନା ପଜିଟିଭ ଚିହ୍ନଟ, ନିଜେ ହେଲେ କ୍ବାରେଣ୍ଟିନ

ବଲିଉଡ ଇଣ୍ଡଷ୍ଟ୍ରୀକୁ କରୋନା ଏବେ ନିଜର ଘର କରିନେଇଛି। ବିଭିନ୍ନ ଷ୍ଟାର କରୋନା ସଂକ୍ରମିତ ହେବା ପରେ ଏବେ ବଲିଉଡ ଷ୍ଟାର ଅର୍ଜୁନ ରାମପାଲ ମଧ୍ୟ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଅର୍ଜୁନ ରାମପାଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ମୁଁ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛି। ତେବେ ମୋ ଠାରେ କରୋନାର କୌଣସି ଲକ୍ଷଣ ନାହିଁ। ମୁଁ ଏବେ କ୍ଵାରେଣ୍ଟାଇନରେ ଅଛି। ସମସ୍ତ କୋଭିଡ ନିୟମ ପାଳନ କରୁଛି। ଗତ ୧୦ ଦିନ ମଧ୍ୟରେ ମୋ ସହ ଯେଉଁ ଲୋକମାନେ ସମ୍ପର୍କରେ ଆସିଛନ୍ତି ସେମାନେ ସତର୍କ ରହିବା ପାଇଁ କହିଛନ୍ତି।

 

View this post on Instagram

 

A post shared by Arjun (@rampal72)

ତେବେ ଅର୍ଜୁନ ରାମପାଲଙ୍କ ପୂର୍ବରୁ ଅଭିନେତା ସୋନୁ ସୁଦ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାଛଡା ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରା, ସୁମିତ ବ୍ୟାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପର ପକ୍ଷରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍, ବିକ୍କି କୌଶଳ, ଭୂମି ପେଡେନକର, ଆଲିଆ ଭଟ୍ଟ, ଅକ୍ଷୟ କୁମାର ଏହି ଅଦୃଶ୍ୟ ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.