ଫିଲ୍ମ ଜଗତରୁ ଆସିଲା ଦୁଃଖଦ ଖବର! ‘ରାମାୟଣ’ର ‘ଆର୍ଯ୍ୟ ସୁମନ୍ତ’ ଚନ୍ଦ୍ରଶେଖର ବୈଦ୍ୟଙ୍କ ନିଧନ

ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ଆର୍ଯ୍ୟ ସୁମନ୍ତର ଚରିତ୍ର ନିଭାଇଥିବା ମହାନ ଅଭିନେତା ଚନ୍ଦ୍ରଶେଖର ବୈଦ୍ୟଙ୍କ ନିଧନ ହୋଇଯାଇଛି। ଏହି ଅଭିନେତା ୯୮ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଜୁନ ୧୬ ତାରିଖ ସକାଳେ ଘରେ ହିଁ ତାଙ୍କ ପରଲୋକ ଘଟିଛି।

କୁହାଯାଉଛି କି, ଚନ୍ଦ୍ରଶେଖର ବୈଦ୍ୟ କୌଣସି ବି ରୋଗରେ ପୀଡ଼ିତ ନ ଥିଲେ। ଗତ ସପ୍ତାହରେ କେବଳ ଗୋଟିଏ ଦିନ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ପୁଅ ଗଣମାଧ୍ୟମକୁ କହିଛନ୍ତି କି, ବାପାଙ୍କ ମୃତ୍ୟୁ ନିଦରେ ଶୋଇଥିବା ବେଳେ ହିଁ ହୋଇଯାଇଛି। ଚନ୍ଦ୍ରଶେଖର ବୈଦ୍ୟଙ୍କର ଭିଲେ ପାର୍ଲେର ପବନ ହଂସରେ ଅନ୍ତିମ ସଂସ୍କାର କରାଯାଇଛି।

ଚନ୍ଦ୍ରଶେଖର ବୈଦ୍ୟ ୫୦ ଓ ୬୦ ଦଶକରେ ଅନେକ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ସେ ‘ରାମାୟଣ’ରେ ଆର୍ଯ୍ୟ ସୁମନ୍ତ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ। ସେ ୧୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.